ବାଲେଶ୍ୱର ଜିଲ୍ଲାରେ ୯୮୦୩ ହେକ୍ଟର ଚାଷଜମିକୁ ଭୂତଳ ପାଇପ୍ ଦ୍ୱାରା ଜଳସେଚନ ସୁବିଧା

0
  • ଭୁବନେଶ୍ୱର//TATKAL ODISHA//

ବାଲେଶ୍ୱର ଜିଲ୍ଲାରେ ୯୮୦୩ ହେକ୍ଟର ଚାଷଜମିକୁ ଭୂତଳ ପାଇପ୍ ଦ୍ୱାରା ଜଳସେଚନ ସୁବିଧା ପ୍ରଦାନ କରାଯିବ । ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ସାଳନ୍ଦୀ ମୁଖ୍ୟ ବାମ ପାର୍ଶ୍ୱ କେନାଲର ୧୬.୦୮ କିମି ଠାରୁ ୩୬.୫୪୭ କିମି ମଧ୍ୟରେ ତାହା ହେବ I

ପ୍ରକଳ୍ପ ପାଇଁ ୨୨୯,୮୭,୯୩,୨୦୦,୦୦ ଟଙ୍କା ବ୍ୟୟବରାଦ ହୋଇଛି । ଜିଏସ୍‌ଟିକୁ ମିଶାଇ ମୋଟ ୨୫୭,୪୬,୪୮,୩୮୪,୦୦ ହୋଇଛି । ପ୍ରକଳ୍ପକୁ ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରହିଛି । ପ୍ରକଳ୍ପ ଜନିତ ଖର୍ଚ୍ଚ ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚୟୀ ଯୋଜନା ପାଣ୍ଠିରୁ ଉପଲବ୍ଧ ହେବ ।

ଉକ୍ତ ପ୍ରକଳ୍ପ ମାଧ୍ୟମରେ ସାଳନ୍ଦୀ ମୁଖ୍ୟ ବାମ ପାର୍ଶ୍ୱ କେନାଲର ୧୬.୦୮ କି.ମି. ଠାରୁ ୩୬.୫୪୭ କି.ମି. ମଧ୍ୟରେ ଅବସ୍ଥିତ ୯୮୦୩ ହେକ୍ଟର ଚାଷଜମିକୁ ସମପରିମାଣରେ ଜଳସେଚିତ କରାଯାଇପାରିବ । ଭୂତଳ ପାଇପ୍ ମାଧ୍ୟମରେ ଜଳସେଚନ ଦ୍ୱାରା ଜମି ଅଧଗ୍ରହଣ ପ୍ରକ୍ରିୟାକୁ ଏଡ଼ାଇ ଦିଆଯାଇପାରିବ ।

ଏହା ବ୍ୟତିତ ଏହି କାର୍ଯ୍ୟ ଦ୍ୱାରା ଜଳ ଅପଚୟକୁ କମ୍ କରାଯିବା ସହିତ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ କମ୍ କରାଯାଇପାରିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଥିଲେ ।

Leave A Reply

Your email address will not be published.