ବାରିପଦା,କେନ୍ଦୁଝର, ଗୋପାଳପୁର, ରାୟଗଡାରେ ପ୍ଲାନେଟୋରିୟମ ଖୁବଶୀଘ୍ର

0

ଭୁବନେଶ୍ୱର //ତତ୍କାଳ ଓଡିଶା //

ବର୍ତ୍ତମାନ ରାଜ୍ୟରେ ଦୁଇଟି ପ୍ଲାନେଟରୀୟମ କାର୍ଯ୍ୟକ୍ଷମ ରହିଛି। ଗୋଟିଏ ଭୁବନେଶ୍ୱର ଓ ଅନ୍ୟଟି ସମ୍ବଲପୁରରେ I ଖୁବଶୀଘ୍ର ବାରିପଦା , କେନ୍ଦୁଝର, ଗୋପାଳପୁର, ଓ ରାୟଗଡାରେ  ପ୍ଲାନେଟୋରିୟମ କରାଯିବ ।ରାଜ୍ୟ ସରକାର ଏନେଇ ନୀତିଗତ ନିଷ୍ପତ୍ତି ନେଇଛନ୍ତି I

ସେହିପରି ରାଜ୍ୟରେ 20 ଟି ସାଇନ୍ସ ପାର୍କ  ହେବ। ପ୍ରଥମ ପର୍ଯ୍ୟାୟରେ 10ଟି, ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 10 ଟି ହେବ। ଗୋଟିଏ  ସାଇନ୍ସ ପାର୍କ କରିବା ପାଇଁ 30 ମାସ ସମୟ ଲାଗିବ। 30 ଟି ଜିଲ୍ଲାରେ 30 ଟି ବିଜ୍ଞାନ କେନ୍ଦ୍ର ଖୋଲିବ ପାଇଁ ନିଷ୍ପତ୍ତି ହୋଇଛି।

ସମସ୍ତ  ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ପୋୖର ସଂସ୍ଥାକୁ ହସ୍ତାନ୍ତର କରାଯିବ।  ଅତୀତରେ ରାଉରକେଲା ପ୍ରକଳ୍ପ ପାଇଁ ଶୁଭ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ। ବଲାଙ୍ଗୀରରେ ହେବାକୁ ଯହିଁବା ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତି ଆରମ୍ଭ କରଯାଇଥିବା ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି I

Leave A Reply

Your email address will not be published.