ବାତ୍ୟା ଲାପତ୍ତା? ମୁହଁ ମୋଡ଼ି ଚାଲିଗଲା

0
  • ରିପୋର୍ଟ : କିଶୋର ଦ୍ବିବେଦୀ
  • ନୂଆଦିଲ୍ଲୀ,ଭୁବନେଶ୍ୱର //TATKAL ODISHA//

ବାତ୍ୟା  ଲାପତ୍ତା?

ଓଡ଼ିଶାକୁ ମୁହଁ ମୋଡ଼ି ପଳାଇଛି ବାତ୍ୟା ‘ଆସାନି’ I ବଙ୍ଗଲାଦେଶ ଆଡ଼େ ଗତି କରୁଛି I ଓଡ଼ିଶାରେ ପ୍ରବଳ ପବନ ହେବନି କି ଭାରି ବର୍ଷା ହେବନାହିଁ I

TATKAL ODISHAକୁ ଏହା କହିଛନ୍ତି ଭାରତୀୟ ପାଣିପାଗ ମହାନିର୍ଦେଶକ ଡ଼ଃ ମୃତ୍ୟୁଞ୍ଜୟ ମହାପାତ୍ର I

ସେ କହିଛନ୍ତି ଯେ,ସୋମବାର ସୁଦ୍ଧା ବାତ୍ୟା ଆସିନ ପୁରୀ ଠାରୁ 780 କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ତାହା ଘଣ୍ଟାକୁ ୧୪ କିଲୋମିଟର ବେଗରେ ଆଗକୁ ବଢୁଛି ।ହେଲେ ବାତ୍ୟା ଓଡ଼ିଶା ଉପକୂଳ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଏହା ସମୁଦ୍ର ଭିତରେ ମୁହଁ ବୁଲାଇ  ଚାଲିଯିବ ।

ତେବେ  ବାତ୍ୟାର ପ୍ରଭାବରେ  ହାଲକା ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ମାତ୍ର 40 କିମି ରହିପାରେ I

  • ଭାରି ମନ ଦୁଃଖ?

ବାତ୍ୟା ନ ଆସିବାରୁ ଓଡ଼ିଶାରେ ଅଧିକାଂଶଙ୍କ ମନ ଭାରି ଦୁଃଖ?

ରାଜା ଦୁଃଖୀ I ପ୍ରଜା ଦୁଃଖୀ I ଅଧିକାରୀ ଦୁଃଖୀ ଓ କର୍ମଚାରୀ ବି ଦୁଖୀ I

ନେତା, ଭକ୍ତା ଓ କିଛି ସାଧରଣ ଲୋକଙ୍କର ବି ମନ ଖରାପ I

ହେବନି ରାଜନୀତି…ହେବନି ବୟାନବାଜୀ I 

ମିଳିବନି କିଛି କ୍ଷତିପୂରଣ I ମିଳିବନି ଘର I ମିଳିବନି ଆହା..କି ଆଶ୍ୱାସନା.. ଓଃ ବାତ୍ୟା??

   

Leave A Reply

Your email address will not be published.