ବାତ୍ୟା ‘ଆସାନୀ’ : ତିନି ଦିନରେ ସ୍ପଷ୍ଟ ହେବ ଦିଗ

0

– ଜିଲ୍ଲାପାଳଙ୍କୁ ଆଲର୍ଟ ରଖିଛୁ: ମୁଖ୍ୟସଚିବ

  • ଭୁବନେଶ୍ୱର//TATKAL ODISHA//

ବାତ୍ୟା ‘ଆସାନୀ’ ସମ୍ପର୍କରେ ଏଯାଏ ଜଣାପଡିନି କେଉଁ ଆଡ଼କୁ ଯିବ। ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ଜିଲ୍ଲାପାଳଙ୍କୁ ଆଲର୍ଟ ରଖିଛୁ। 3 ଦିନରେ ତା’ଦିଗ ଜଣା ପଡ଼ିବ। ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର I

ସୁରେଶ ମହାପାତ୍ର, ମୁଖ୍ୟଶାସନ ସଚିବ

ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଆକଳନ ଅନୁସାରେ ବୁଧବାର ସନ୍ଧ୍ୟା ସୁଦ୍ଧା ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୨୪ ଘଣ୍ଟାରେ ତାହା ନେଇପାରେ ଲଘୁଚାପର ରୂପ । ମେ’ ୧୦ରେ ବାତ୍ୟା ‘ଆସାନୀ’ ଉପକୂଳ ସ୍ପର୍ଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି I

ଅନ୍ୟପକ୍ଷରେ ପାଣିପାଗ ବିଭାଗ କହିଛି ଯେ,ଆଗାମୀ ୫ ଦିନ ଯାଏଁ ରାଜ୍ୟର ୧୩ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି I ଘଡ଼ଘଡ଼ି ସହ ବର୍ଷା ନେଇ ୧୩ ଜିଲ୍ଲାକୁ “ୟେଲୋ ୱାର୍ଣ୍ଣିଂ” ଜାରି କରାଯାଇଛି। ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି I 

Leave A Reply

Your email address will not be published.