ଦୀପାବଳି ବାଣ ଅଘଟଣ : ଦୁଇ ମୃତ, ତିନି ଗୁରୁତର, ଦଶରୁ ଅଧିକ ଆହତ

0

 

* ଭୁବନେଶ୍ୱର,କେନ୍ଦ୍ରାପଡା,ବାରିପଦା, ପୁରୀ, ଢେଙ୍କାନାଳ//TATKAL ODHISHA//

ସବୁଜ ବାଣ ଫୁଟା ନେଇ ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିଥିଲେ ହେଁ ଭୁବନେଶ୍ୱର ସମେତ ଅଧିକାଂଶ ଜିଲ୍ଲାରେ କିଛି ଅମାନିଆ ‘ଫୁ’ କରି ଉଡାଇ ଦେଇଛନ୍ତି I କେନ୍ଦ୍ରାପଡ଼ା ଓ ଢେଙ୍କାନାଳରେ ଆନନ୍ଦର ପର୍ବ ଦୀପାବଳି ନିରାନନ୍ଦରେ ପରିଣତ ହୋଇଛି I ବାଣ ବିସ୍ପୋରଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକାଂଶ ଆହତ ହୋଇଛନ୍ତି I

ଅଘଟଣ

 ମିଳିଥିବା ସୂଚନାନୁସାରେ ଦୀପାବଳି ସନ୍ଧ୍ୟା ପ୍ରାୟ ଆଠଟାରୁ ନଅଟାରେ ଏହି ଅଘଟଣ ଘଟିଛି I ଢେଙ୍କାନାଳ ଜିଲ୍ଲା ବାରଦା ଗାଁରେ ବାଣ ବିସ୍ଫୋରଣ ଘଟିବା ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦୁଇ ଜଣ ଆହତ ହୋଇଛନ୍ତି I ମୃତକ ଜଣକ ସେହି ଗାଁର ମହେଶ୍ୱର ମହାରଣା (୨୫) ଓ ଆହତଦ୍ୱୟ ହେଲେ ବୀରେନ ନାୟକ ଏବଂ ପ୍ରସନ୍ନ ବ୍ରହ୍ମା I ରାସ୍ତାରେ ଯାଉଥିବା ବେଳେ କୌଣସି କାରଣରୁ ବାଣ ବିସ୍ଫୋରଣ ହୋଇଥିଲା । ଫଳରେ ୩ଜଣ ଯାକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ମହେଶ୍ୱରଙ୍କର ମୃତ୍ୟୁ ଘଟିଛି I ଏହାର ତଦନ୍ତ ଚାଲିଛି I

 ସେହିପରି କେନ୍ଦ୍ରାପଡ଼ାରେ ଜଣେ ମୃତ୍ୟୁ ବରଣ କରିଥିଲାବେଳେ ଚାରି ଆହତ ହୋଇଛନ୍ତି I ସେହିପରି ମୟୁରଭଞ୍ଜ ଏକ, ବାଲେଶ୍ୱର ଦୁଇ ଓ ପୁରୀରେ ଏକ ଆହତ ହୋଇଥିବା ଜଣା ପଡିଛି I ଏହି ଦଶରୁ ଅଧିକ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି I

  • ସରକାର କଣ କଟକଣା କରିଥିଲେ TATKAL ODHISHAର ପୂର୍ଵ ରିପୋର୍ଟ ଦେଖନ୍ତୁ..

ଅମାନିଆଙ୍କୁ ପାନେ ଦେବାକୁ ସରକାର କଠୋର

ଅମାନିଆଙ୍କୁ ପାନେ ଦେବାକୁ ସରକାର କଠୋର

Leave A Reply

Your email address will not be published.