ବରିଷ୍ଠ OAS ସମ୍ଭୁନାଥ ନନ୍ଦି ନୂଆ ଶ୍ରମ ମନ୍ତ୍ରୀଙ୍କ ପିଏସ୍‌

0


ଭୁବନେଶ୍ୱର//TATKAL ODISHA//

ବରିଷ୍ଠ ଓଏଏସ୍ ଶମ୍ଭୁନାଥ ନନ୍ଦି ନୂଆ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବ୍ୟକ୍ତିଗତ ସଚିବ ହୋଇଛନ୍ତି ।ପୂର୍ବରୁ ଅର୍ଥାତ ଜୁନ୍ ୧୭ରେ ମୋଟ୍ ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୧୭ ଜଣଙ୍କ ନୂଆ ପିଏସ୍‌ଙ୍କ ନାମ ପ୍ରକାଶ ହୋଇଥିଲା । ବାକି ଚାରି ମନ୍ତ୍ରୀଙ୍କ ପିଏସ୍‌ଙ୍କ ନାମ ଘୋଷଣା ବାକି ଥିଲା । ଏବେ ଶ୍ରମ ମନ୍ତ୍ରୀଙ୍କ ପିଏସ୍ ନିଯୁକ୍ତି ହେବା ପରେ ଆଉ ତିନି ଜଣ ମନ୍ତ୍ରୀ ବିନା ପିଏସ୍‌ରେ କାର୍ଯ୍ୟ କରୁଛନ୍ତି ।
 ସେମାବାର ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.