ବନ୍ଦନା ପଣ୍ଡାଙ୍କ କବିତା ‘ପଦ୍ମଗୀତି’
//TATKAL ODISHA // କବିତା//
ତୁମ ପାପୁଲିରେ ମୋର ଭାଗ୍ୟ ରେଖା କିଏ ସେ ଆଙ୍କିଲା କୁହ,
ତୁମ ଛାତି ତଳେ କୋହ ଜମା ହେଲେ, ମୋ ଆଖିରୁ ଝରେ ଲୁହ।
କାହିଁ କେତେ ଦୂରେ ପାହାଡ ଶିଖରେ ଜଳୁଥାଅ ଅହରହ,
ଦୁନିଆଁ ଗାଉଛି ପଦ୍ମ ପାଖୁଡ଼ାରେ ଢଳ ଢଳ ପ୍ରେମ ମୋହ।
ନୂଆବର୍ଷ ନୂଆ ଆଶାର ଆକାଶ ମୋ ପାଇଁ ବେଢ଼ିଛି ଶାଢ଼ୀ,
ପାଦରେ ଅଳତା ହାତେ ଚୁଡି ପିନ୍ଧି ମେଘକୁ ଧରିଛି ଭିଡି।
ଛାଡିଦେଲେ ହାତ ଝରିଯିବ ବର୍ଷା, ଧୋଇବ ଅଳତା ଲାଲି…
କେମିତି ବୁଝିବ ଅଝଟ ବାଦଲ
ସୂରୁଜ ରୁଷିଛି ବୋଲି….
ଯାଆରେ ଭଅଁର ଲୋଡ଼ା ନାହିଁ ମୋର ଚୁପି ଚୁପି ଚୋରା ପ୍ରୀତି,
ଦୂରେ ଥାଇ ପ୍ରିୟ ଯେତିକି କାନ୍ଦୁଛି ସେଇ ମୋ ଜୀବନ ଗୀତି….
ସେଇ ମୋ ଜୀବନ ଗୀତି…
- ନୀଳାଦ୍ରି ବିହାର, ଭୁବନେଶ୍ୱର