ବଡ଼ ନିଷ୍ପତ୍ତି : ଫେବୃଆରୀ 7ରୁ ଖୋଲିବ ସ୍କୁଲ, କଲେଜ

0

ଭୁବନେଶ୍ୱର//TATKAL ODISHA//

ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି I

ଚଳିତ ଫେବ୍ରୁଆରୀ ୭ରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଖୋଲିବ I କେଜିରୁ ସପ୍ତମ ଶ୍ରେଣୀ   ଓ ଅଷ୍ଟମରୁ ଦ୍ୱାଦଶ ଶେଣୀ ଯାଏ ସମସ୍ତ କ୍ଲାସ୍ ଖୋଲିବ I

  ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି I  

ସେ  କହିଛନ୍ତି, ଫେବ୍ରୁଆରୀ ୭ରୁ ଅଷ୍ଟମ ଶେଣୀରୁ ଉପରକୁ ଥିବା ସମସ୍ତ ସ୍କୁଲ,କଲେଜ, ବିଶ୍ୱବିଦ୍ୟାଳୟ, ଟେକ୍ନିକାଲ୍ ଏବଂ ପ୍ରଫେସନାଲ୍ ଶିକ୍ଷାନୁଷ୍ଠାନ ଖୋଲିବ ।

* ଛାତ୍ର ଛାତ୍ରୀଙ୍କୁ ସ୍କୁଲ ଯିବାକୁ ବାଧ୍ୟ କରାଯିବନି ।

* ନିଜ ଇଚ୍ଛାରେ ଅଫଲାଇନ କିମ୍ବା ଅନଲାଇନ କ୍ଲାସ କରିପାରିବେ ।

* ପରିସ୍ଥିତି ଦେଖି ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ ।

* ଖରାଛୁଟି ଅବଧି କମାଇ ପାରିବେ I

* ସ୍କୁଲ, କଲେଜ ଖୋଲିବା ସହ ପରୀକ୍ଷା ଯଥାବିଧି ହେବ ।

* କେଜିରୁ ନବମ ଶ୍ରେଣୀ ଏବଂ ଏକାଦଶରୁ ଦ୍ୱାଦଶ ଯିବା ପାଇଁ କ୍ଲାସ୍ ପ୍ରମୋସନ ପରୀକ୍ଷା ହେବ ।

 * ଦଶମ ଏବଂ ଦ୍ୱାଦଶ ପରୀକ୍ଷା ସେମାନଙ୍କ ବୋର୍ଡ ଆୟୋଜନ କରିବେ ।

 * ଉଭୟ ପରୀକ୍ଷା କ୍ଲାସରୁମ୍ ଆସେସମେଣ୍ଟ ମାର୍କ ଅନୁସାରେ କରାଯିବ । 

* କଲେଜସ୍ତରରେ ମଧ୍ୟ କର୍ତ୍ତୃପକ୍ଷ ପୂର୍ବ ଗାଇଡଲାଇନ୍ ଅନୁଯାୟୀ ପରୀକ୍ଷା କରିବେ

Leave A Reply

Your email address will not be published.