ବଞ୍ଚିବା ପାଇଁ କରୋନା ଟିକା ନେଲେ, ମଲେ

0
  • ଟିଟଲାଗଡର ୫୭ ବର୍ଷିୀୟ ବ୍ୟକ୍ତି
  • ଚିନ୍ତାରେ ଡାକ୍ତର

ଦ୍ୱିତୀୟ ଡୋଜ ନେବା ପରେ ଏମ୍ସରେ ମୃତ୍ୟୁ

ଭୁବନେଶ୍ୱର //ତତ୍କାଳ ଓଡ଼ିଶା//

ପ୍ରଥମ କରୋନା ଟୀକା ନେଲେ ଠିକ ଥିଲା I ହେଲେ ଦ୍ୱିତୀୟ ଟିକା ନେବା ପରେ ଟିଟଲାଗଡର ୫୭ ବର୍ଷିୀୟ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିଲେ I ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ୱେ ସେ ବଞ୍ଚି ପାରି ନଥିଲେ I

ମାର୍ଚ୍ଚ ୧୦ରେ କୋଭିଶିଲ୍ଡର ଦ୍ୱିତୀୟ ଡୋଜ ନେଇଥିଲେ। ଟିକା ନେବାର ୧୦ ଦିନ ପରେ ସେ କରୋନା ସଂକ୍ରମିତ ହୋଇଥିଲେ ।

ପରିବାର ଲୋକେ ତାଙ୍କୁ ଟିଟିଲାଗଡ଼ରୁ ବାଲାଙ୍ଗୀର କୋଭିଡ୍‌ ଡାକ୍ତରଖାନାକୁ ନେଇଥିଲେ I ତାଙ୍କ ରିପୋର୍ଟ ପଜିଟିଭ୍ ଆସିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ରିପୋର୍ଟ ଅନୁଯାୟୀ ତାଙ୍କର ଅମ୍ଳଜାନ ସ୍ତର ହଠାତ୍ ହ୍ରାସ ପାଇବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.