ବଙ୍ଗୋପସାଗରରେ ମାଡ଼ି ଆସୁଛି ‘ବାତ୍ୟା’
ଭୁବନେଶ୍ୱର//TATKAL ODISHA//
ଉତ୍ତର ପୂର୍ବ ବଙ୍ଗୋପସାଗରରେ ଚଳିତ ବର୍ଷର ପ୍ରଥମ ବାତ୍ୟା ଦାନା ବାନ୍ଧି ସାରିଛି I ତାହା ଘନୀଭୂତ ଭୟଙ୍କର ରୂପ ନେବାର ସମ୍ଭାବନା ରହିଛି I
ସେଥିପାଇଁ ଓଡ଼ିଶାରେ ଗୋପାଳପୁର, ଧାମରା ଓ ପାରାଦ୍ୱୀପ ବନ୍ଦରରେ 3 ନମ୍ବର ବିପଦ ସଂକେତ ଦିଆଯାଇଛି I
ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ଏନେଇ ବାତ୍ୟାର ଗତି ପଥ ରିପୋର୍ଟ ସାର୍ବଜନୀନ କରିଛି I
IMD କହିଛି ଯେ, ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ସନ୍ଧ୍ୟା ସୁଦ୍ଧା ଖେପୁପାରା ଠାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ସହ ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି I
ଅନ୍ୟ ପକ୍ଷରେ ଜଏଣ୍ଟ ଟାଇଫନ ୱାର୍ନିଙ୍ଗ ସେଣ୍ଟର ବାତ୍ୟା ସମ୍ପରେ କହିଛି ଯେ, ସକ୍ରିୟ ମୌସୁମୀ ଋତୁରେ ପ୍ରଥମ ଅବପାତ, ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ l