ବଙ୍ଗୋପସାଗରରେ ଦାନା ବାନ୍ଧିଲା ବାତ୍ୟା

0
  • ଲଘୁଚାପ ଅଧିକ ଘନୀଭୂତ ହୋଇଛି

ଭୁବନେଶ୍ୱର //TATKAL ODISHA//

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧିଲା ଲଘୁଚାପ କ୍ଷେତ୍ର । ତାହା ବାତ୍ୟାରେ ରୂପାନ୍ତରିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି I

ତାହା କ୍ରମଶଃ ଘନୀଭୂତ ହୋଇ ୨୪ରେ ହେବ ଅବପାତ। ଏହାର ପ୍ରଭାବ ଉପକୂଳ ଓଡ଼ିଶା ଓ ପଶ୍ଚିମ ଆନ୍ଧ୍ର ପ୍ରଦେଶ ଉପରେ ସିଧା ସଳଖ ପଡ଼ିବ I

ଭାରତୀୟ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ ଲଘୁଚାପ ବୁଧବାର ଅପରାହ୍ନରୁ ଉତ୍ତରପୂର୍ବ ଦିଗରେ ଗତି କରି ଭୟଙ୍କର ରୂପ ନେବ I ସେଥିପାଇଁ ସତର୍କ କରିଦିଆ ଯାଇଛି I

TATKAL ODISHAକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି ଯେ, ଆଗାମୀ ଦୁଇ ଦିନ ଭିତରେ ଲଘୁଚାପ ଘନୀଭୂତ ହେବ I ସମ୍ଭାବ୍ୟ ବାତ୍ୟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି ହୋଇଛି I ଗଭୀର ସମୁଦ୍ର ଭିତରକୁ ମତ୍ସ୍ୟଜୀବିମାନେ ନ ଯିବାକୁ ବାରଣ କରାଯାଇଛି I

Leave A Reply

Your email address will not be published.