ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ

0

  • ବାତ୍ୟା ରୂପରେଖ ସ୍ପଷ୍ଟ ହୋଇନି 
  • ଭୁବନେଶ୍ୱର//TATKAL ODISHA//

  ବଙ୍ଗୋପସାଗରରେ ଏକ ଲଘୁଚାପ ଦାନାବାନ୍ଧୁଛି I ଆଗାମୀ 48 ଘଣ୍ଟା ଭିତରେ ତାହା ଘନୀଭୂତ ହୋଇପାରେ I ଏଥିଯୋଗୁଁ ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ପାଗ କୋହଲା ସାଙ୍ଗକୁ ବର୍ଷା ହୋଇପାରେ I ହେଲେ ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ  ଆକଳନ କରାଯାଇ ନାହିଁ I

ତାତିରୁ ମିଳିବ ନିସ୍ତାର, ଦାନା ବାନ୍ଧୁଛି ଲଘୁଚାପ*

ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ୪ ରାତି ବା ୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, IMDର ବରିଷ୍ଠ ବୈଜ୍ଞାନିକ ଆର୍.କେ ଜେନାମଣିଙ୍କ ସୂଚନା..

   ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଏହି ସୂଚନା ଦେଇଛି I ଆଇଏମଡି କହିଛି ଯେ, ପୂର୍ବରୁ ଗ୍ରୀଷ୍ମ କାଳରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ  ସାଧାରଣତଃ ଓଡିଶା ମୁହାଁ ହେଉ ନଥିଲା । ତିନି ବର୍ଷ ଧରି ପ୍ରବଳ ପ୍ରଭାବ ପଡୁଛି I ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲାପରେ ଏହାର ଗତିପଥ ସ୍ପଷ୍ଟ ହେବ । ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଏବଂ ଲଘୁଚାପର ପ୍ରଭାବ ପରେ ପାଗ ଥଣ୍ଡା ରହିବ I 

Leave A Reply

Your email address will not be published.