ଫେବୃଆରୀ ୨୧ରୁ ବିଧାନସଭା : ୨୪ରେ ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ

0
  • ଭୁବନେଶ୍ୱର://TATKAL ODISHA//

 ବିଧାନସଭା ବଜେଟ ଅଧିବେଶନ ଫେବୃଆରୀ ୨୧ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ। ଫେବୃଆରୀ ୨୪ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ।ଅଧିବେଶ ଆରମ୍ଭ ଦିନ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଗୃହକୁ ସମ୍ବୋଧନ କରିବେ। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I 

    ଦୁଇ ପର୍ଯ୍ୟାୟରେ ବଜେଟ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏ ଚାଲୁଥିବାବେଳେ ୨ୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ।

Leave A Reply

Your email address will not be published.