ପ୍ରମିଳା ମଲ୍ଲିକ ହେଲେ ପ୍ରଥମ ମହିଳା ବାଚସ୍ପତି
ଭୁବନେଶ୍ୱର//TATKAL ODISHA//
ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଓଡିଶା ବିଧାନସଭାର ସେ ହେଲେ ପ୍ରଥମ ମହିଳା ବାଚସ୍ପତି।
“ପ୍ରଥମ ମହିଳା ବାଚସ୍ପତି ଭାବେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହ ପରିଚାଳନା କରିବେ“
ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ବାଚସ୍ପତି ପଦ ପାଇଁ କୌଣସି ପ୍ରାର୍ଥୀ ନ ଦେବାରୁ ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି I ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି I
ନିର୍ବାଚିତ ହେବା ପରେ ଶ୍ରୀମତୀ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ପବିତ୍ର ଗୃହରେ ସର୍ବଦା ନିରପେକ୍ଷତା ଅବଲମ୍ବନ କରିବେ I ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଗୁରୁତ୍ୱ ଦେବେ I “
ଶ୍ରୀମତୀ ମଲ୍ଲିକ 1990ରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରି ଜନତା ଦଳ ଟିକେଟରେ ଲଢ଼ି ପ୍ରଥମ ବିଧାୟିକା ହୋଇଥିଲେ I ପରେ ବିଜୁ ଜନତା ଦଳରୁ ଲଢ଼ି 2000,2004,2009,2014 ଓ 2019ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ I ଏବେ ସେ ଯାଜପୁର ଜିଲ୍ଲା ବିଂଝାରପୁରରୁ ପ୍ରତିନିଧିତ୍ବ କରୁଛନ୍ତି I