ପ୍ରଧାନମନ୍ତ୍ରୀ ମୋଦୀ କଲେ ବହୁ ପ୍ରତିକ୍ଷୀତ ‘ସୁଭଦ୍ରା’ର ଶୁଭାରମ୍ଭ

0

  • ଜନତା ମୈଦାନ ଉତ୍ସବ ମୁଖର
  • ହୁଳହୁଳି ଦେଇ ସ୍ୱାଗତ କଲେ ସୁଭଦ୍ରା ମହିଳା
  • ପ୍ରଥମ କିସ୍ତି ପଇସା ପାଇଛନ୍ତି କିଛି ଯୋଗ୍ୟ ମହିଳା
  • ପିଏମ ଅଜୟ ଯୋଜନା ସହ କିଛି ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର,//TATKAL ODISHA//
ପ୍ରତିକ୍ଷାର ଅନ୍ତ ଘଟାଇ ବହୁ ପ୍ରତିକ୍ଷୀତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମ କିସ୍ତି ପଇସା ପାଇଛନ୍ତି କିଛି ଯୋଗ୍ୟ ମହିଳା I ଏହି ଅବସରେ ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବିନା କୌଣସି ଶୁଭ କାର୍ଯ୍ୟ ସମ୍ଭବ ନୁହେଁ I ଆଜିର ଏହି ଶୁଭ ଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି I ଯୋଗ୍ୟ ମହିଳା ପାଞ୍ଚ ବର୍ଷରେ 50 ହଜାର ଟଙ୍କା ପାଇବେ I କେବଳ ସୁଭଦ୍ରା ନୁହେଁ, ଓଡିଶାରେ ବହୁ ଯୋଜନାରେ ଶିଳାନ୍ୟାସ ବି ହୋଇଛି I ଓଡ଼ିଶାରେ ଡବଲ ଇଂଜିନ ସରକାର ହେବା ଯୋଗୁଁ ଏସବୁ ସମ୍ଭବ ହୋଇଛି I ରାଜ୍ୟର ମହିଳା, ଯୁବକ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ଆଜି ସମ୍ଭବ ହୋଇଛି I ଶହେ ଦିନ ପୂର୍ତ୍ତି ହୋଇଥିବା କାରଣରୁ ଏମିତି ଆହୁରି ଜନହିତକାରୀ ଯୋଜନା କାର୍ଯ୍ୟକାରୀ ହେବ I’

ସୁଭଦ୍ରା ଯୋଜନା ପାଇଁ ମହିଳା ସଶକ୍ତିକରଣ ସମ୍ଭବ ହୋଇଛି I ଏଥିପାଇଁ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ହେବ ବିକାଶ” : ମୋଦୀ

ଶପଥ ଗ୍ରହଣ ପରେ ମୋର ପ୍ରଥମ ଓଡ଼ିଶା ଗସ୍ତ ବୋଲି ଅବହିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବିକଶିତ ଓଡିଶା ପାଇଁ ଓଡିଶା ସରକାର କାର୍ଯ୍ୟ କରୁଛି I ନିର୍ବାଚନ ପୂର୍ବରୁ ଯାହା କୁହାଯାଇଛି ସେସବୁ ପର୍ଯ୍ୟାୟ କ୍ରମେ କରାଯାଇଛି I ଜନଜାତିଙ୍କ ବିକାଶ, ଭିତ୍ତିଭୂମିର ଉନ୍ନତି, ମଧ୍ୟମ ବର୍ଗଙ୍କ ଆର୍ଥିକ ଉନ୍ନତି, 11 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଉଛି I ସୁଭଦ୍ରା ଯୋଜନା ପାଇଁ ମହିଳା ସଶକ୍ତିକରଣ ସମ୍ଭବ ହୋଇଛି I ଏଥିପାଇଁ କେବଳ ଓଡିଶା ନୁହେଁ ସମଗ୍ର ଦେଶର ବିକାଶ ହେବ I

ମଙ୍ଗଳବାର ସ୍ଥାନୀୟ ଜନତା ମୈଦାନ ଉତ୍ସବ ମୁଖର ହୋଇଛି I ସୁଭଦ୍ରା ଯୋଜନା ଶୁଭାରମ୍ଭ ମହୋତ୍ସବରେ ସାରା ରାଜ୍ୟରୁ ଆସିଛନ୍ତି ଲକ୍ଷାଧିକ ମହିଳା I ଶୃଙ୍ଖଳିତ ଭାବେ ସବୁକିଛି ଆୟୋଜନ ହୋଇଛି I

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡା ଯୋଗ ଦେଇଛନ୍ତି I ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ଅହମ୍ମଦାବାଦ୍‌ରୁ ସିଧାସଳଖ ଭୁବନେଶ୍ୱର ଆସି ପୂର୍ବାହ୍ନ ୧୦ଟା ୫୦ରେ ପହଞ୍ଚିଛନ୍ତି । ସେଠାରୁ ପ୍ରଥମେ ସେ ଗାଡ଼କଣ ବସ୍ତିରେ ପହଞ୍ଚି ୧୧ଟା୧୫ରୁ ୧୧ଟା୪୫ ଯାଏ ପିଏମ୍ ଆବାସ ବଣ୍ଟନ ସହ ହିତାଧିକାରୀଙ୍କ ସହ କଥା ହୋଇଥିଲେ । ଏହି କାର୍ଯ୍ୟକ୍ରମ ସାରି ମୋଦୀ ଠିକ୍ ବାରଟା ପନ୍ଦରରେ ଜନତା ମଇଦାନ ପହଞ୍ଚି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ତେବେ ଜନତା ମଇଦାନରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରହି କିଛି ଯୋଜନାର ଶୁଭାରମ୍ଭ କରିଵା ସହ ମୋଦୀ କିଛି ଯୋଜନାର ଲୋକାର୍ପଣ କରିଛନ୍ତି I

  • ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆମେ ଯାହା କହିଥିଲୁ ତାହା କରି ଦେଖାଇଲୁ I ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି I ଉଜ୍ବଳା ଯୋଜନା ଭଳି ସୁଭଦ୍ରା ଯୋଜନା ହେଉଛି ଦେଶରେ ଏକ ଲୋକପ୍ରିୟ ଯୋଜନା I
  • ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା 72 ଲକ୍ଷ ଯୋଗ୍ୟ ମହିଳା ସୁଭଦ୍ରା ଯୋଜନାରେ ନିଜର ନାମ ପଞ୍ଚିକରଣ କରିଛନ୍ତି I ପ୍ରାରମ୍ଭିକ ସ୍ତରରେ ଏମିତି 25 ଲକ୍ଷ ମହିଳା ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଯାଇଛି I ପରେ ବାକି ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ‘

କଡ଼ା ସୁରକ୍ଷା ମଧ୍ୟରେ ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଥିଲେ ୮୧ ପ୍ଲାଟୁନ୍ ଫୋର୍ସ ମୁତୟନ। ଏଥିରେ ୧୧ ଡିସିପି, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୁଲିସ ଅଧିକାରୀ ଅନ୍ତର୍ଭୁକ୍ତ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା ମୈଦାନରୁ କାର୍ଯ୍ୟକ୍ରମ ଶେଷ କରି ମଙ୍ଗଳବାର ଅପରାହ୍ନରେ ଦିଲ୍ଲୀ ଫେରିଯାଇଥିଲେ ।

+++++++ADVT +++++++++++++++++++++++

Leave A Reply

Your email address will not be published.