ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଆମ ସହିତ ଅଛନ୍ତି : ନବୀନ

0
  • ଯାଜପୁର, ଚଣ୍ଡିଖୋଲ//TATKAL ODISHA//

ଦିନିକିଆ ଗସ୍ତରେ ଓଡ଼ିଶା ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 19,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିବା ସହ ଶିଳାନ୍ୟାସ କରିଛନ୍ତି I ଚଣ୍ଡିଖୋଲ ବେଣାପୁର ପଡିଆରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ‘ପ୍ରଧାନମନ୍ତ୍ରୀ ମୋଦୀଜୀ ଆମ ସହିତ ଅଛନ୍ତି’ ବୋଲି ପ୍ରକାଶ କରିଥିଲେ I ଏଥିରେ ଉପସ୍ଥିତ ଲୋକେ ତାଳି ମାରି ସମର୍ଥନ କରିଥିଲେ I

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ମାର୍ଚ୍ଚ ପାଞ୍ଚ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ।ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।ବିଜୁ ବାବୁ ଜଣେ ଦୂରଦର୍ଶୀ ନେତା ଥିଲେ।ଦେଶ, ଏପରିକି ବିଦେଶର ସ୍ବାଧିନତା ସଂଗ୍ରାମରେ ମଧ୍ୟ ନିଜର ଗୁରୁତ୍ବପୁର୍ଣ ଅବଦାନ ରଖିଛନ୍ତି।

ଓଡ଼ିଶାର ଉନ୍ନତି ତଥା ଓଡ଼ିଆ ଜାତିର ଉନ୍ନତି ପାଇଁ ସେ ସାରା ଜୀବନ କାମ କରି ଯାଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, 1990ରେ ସେ କଳିଙ୍ଗ ନଗରକୁ ଇଣ୍ଡଷ୍ଟ୍ରିଆଲ ହବ କରିବା ପାଇଁ ବିଜୁ ବାବୁ ଚିନ୍ତା କରିଥିଲେ । ଆଜି କଳିଙ୍ଗ ନଗର ଦେଶର ଷ୍ଟିଲ ହବ୍ ହୋଇ ପାରିଛି। କେବଳ ଓଡ଼ିଶା ନୁହେଁ, ସାରା ଦେଶ ଏଥିରୁ ଲାଭ ପାଉଛି।

ଖୁସିର କଥା, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଆଜି ଆମ ସହିତ ଅଛନ୍ତି।ମୁଁ ତାଙ୍କୁ ଓଡ଼ିଶାକୁ ସ୍ଵାଗତ କରୁଛି।

I welcome the Hon’ble Prime Minister ji to Odisha.

Hon’ble Prime Minister has set a new direction for India. He is taking India on an accelerated drive to make it an economic powerhouse. India is now the 5th largest economy.marching
forward to be the number 3 in a few years.

ଖୁସିର କଥା ମାନ୍ୟବର pradhamantri ଆଜି ଓଡିଶା ପାଇଁ ଅନେକ project ଆରମ୍ଭ କଲେ Chandikhol-Paradeep NH ସହିତ ଅନେକ NH raw expansion., Desalination plant, LPG terminal, gas pipeline, ନୂଆ train ପରି ବିଭିନ୍ନproject. I thank Hon’ble Prime Minister for his focus on the development of Odisha.

ଆଜି ଓଡିଶା ପୂର୍ବ ଭାରତର ଏକ major manufacturing hub ହେବାକୁ ଯାଉଛି . Infrastructure development ରେ both social and physical infrastructure କ୍ଷେତ୍ରରେ ଓଡିଶାରେ ଆଜି ରୂପାନ୍ତର ଆସିଛି .ମିଶନ ଶକ୍ତି ମା ମାନେ ଆଜି ଉଦ୍ୟୋଗୀ ହେବାକୁ ଆଗେଇ ଆସୁଛନ୍ତି. ପୁଞ୍ଜିନିବେଶ କ୍ଷେତ୍ରରେ ଓଡିଶା ଆଜି ଦେଶର top second state ହୋଇ ପାରିଛି.

ମହାପ୍ରଭୁଙ୍କ ଆଶୀର୍ବାଦ ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଶୁଭେଚ୍ଛା ଓ ସହଯୋଗରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି. ମା ବିରଜାଙ୍କ ମନ୍ଦିରର ରୂପାନ୍ତର କାମ ଚାଲିଛି ।

ବିକାଶ ଆଜି ଓଡିଶାର ନୂଆ ପରିଚୟ ହୋଇଛି. ଆଗକୁ ଆହୁରି ଅନେକ କାମ କରିବାକୁ ଅଛି.

I seek the support of the Hon’ble Prime Minister in the endeavor of 4.5 crore people of Odisha.

ଓଡିଶାର ବିକାଶ ପାଇଁ ସାଢେ ଚାରି କୋଟି ଓଡିଶାବାସୀଙ୍କ ଉଦ୍ୟମରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା  କରୁଛି. 

ବନ୍ଦେ ଉତ୍କଳ ଜନନୀ

Leave A Reply

Your email address will not be published.