ପ୍ରଦୀପ କୁମାର ଜେନା ନୂଆ CS? ରାସ୍ତା ସାଫ??

0
  • ଭୁବନେଶ୍ୱର//TATKAL ODISHA//EXCLUSIVE//

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବାକୁ ଯାଉଛି ! ରାସ୍ତା ବି ସାଫ ହୋଇଛି I ନୂଆ ମୁଖ୍ୟ ଶାସନ ସଚିବ ହେବେ ବରିଷ୍ଠ ଆଇଏଏସ ପ୍ରଦୀପ କୁମାର ଜେନା? ଏବେ ସେ ଉନ୍ନୟନ କମିଶନର (ଡିସି) ପଦରେ ଆସୀନ ଅଛନ୍ତି I ତାଙ୍କ ନାଁ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟକୁ ଅନୁମୋଦନ ପାଇଁ  ପଠା ସରିଛି??

 ଆନୁଷ୍ଠାନିକ ଘୋଷଣା ହୋଇ ନ ଥିଲେ ହେଁ ଭିତିରିଆ ସୂତ୍ରରୁ ତାହା ଜଣାପଡ଼ିଛି I ଖୁବଶୀଘ୍ର ଘୋଷଣା ହେବ I 


 

ପ୍ରଦୀପ କୁମାର ଜେନା

ଓଡ଼ିଶାର ଶାସନର ପରମ୍ପରା(1980ରୁ ) ଅନୁସାରେ ପୋଲିସ ମହାନିର୍ଦେଶକ (DG) ପଦବୀରେ ଜଣେ ଅଣ ଓଡ଼ିଆ ଆସୀନ ହେଲେ ମୁଖ୍ୟ ଶାସନ ସଚିବ ଓଡ଼ିଆ ହେବା କଥା I ସେଇ ଦୃଷ୍ଟିରୁ  ଓଡ଼ିଆଙ୍କ ନାମ ତାଲିକାରେ ସର୍ବାଗ୍ରେ ରହିଛି I ସରକାର ଏହାକୁ ପୁଣି ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି I

ସୂଚନା ଅନୁସାରେ ରାଜ୍ୟ ସରକାର ତିନି 1987,1988 ଓ 1989 ଆଇଏଏସ ବ୍ୟାଚରୁ 6 ଜଣ ଦାବିଦାର IASଙ୍କ ଭିତରୁ CS ବାଛିଛନ୍ତି….. ଦାବିଦାରମାନେ  ହେଉଛନ୍ତି..

  • ରାଜକୁମାର ଶର୍ମା
  • ରାଜେଶ ବର୍ମା
  • ସିଜେ ଭେନୁଗୋପାଳ
  • ପ୍ରଦୀପ୍ତ କୁମାର ମହାପାତ୍ର
  • ପ୍ରଦୀପ କୁମାର ଜେନା
  • ମୋନା ଶର୍ମା

ହେଲେ ପ୍ରଦୀପ କୁମାର ଜେନା ବାଜି ମାରି ନେଇଥିବା ଚର୍ଚ୍ଚା ଜୋର ଧରିଛି I ସରକାରୀ ଭାବେ କିଛି କୁହାଯାଇ ନାହିଁ I

ଅନ୍ୟପକ୍ଷରେ ଅଗଷ୍ଟରେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ସରୁଛି I ତାଙ୍କର କାର୍ଯ୍ୟକାଳ 6 ମାସ ବଢ଼ିଥିଲା I ଜାନୁଆରୀ 15ରେ ଓଡ଼ିଶା ବିଦ୍ୟୁତ ନିୟମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ପଦରୁ ୟୁ ଏନ ବେହେରା ଅବସର ନେଇଥିବାରୁ ତାଙ୍କ ସ୍ଥାନରେ ସୁରେଶ ମହାପାତ୍ର  ପରବର୍ତ୍ତୀ ଓଇଆରସିର ଅଧ୍ୟକ୍ଷ ହେବେ?

ସେ ଯିବା ପୂର୍ବରୁ ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁ ଘୋଷଣା ହେବ I

  • ଦେଖନ୍ତୁ ପୂର୍ବ ରିପୋର୍ଟ…

//TATKAL ODISHA EXCLUSIVE //
*ସୁରେଶ ମହାପାତ୍ର ନୂଆ OERC ଅଧ୍ୟକ୍ଷ? ନୂଆ CS କିଏ??


  • http://tatkalodisha.in/?p=15610


Leave A Reply

Your email address will not be published.