ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା : କେମିତି ପ୍ରସ୍ତୁତି କରିବେ?

0
  • ଭୁବନେଶ୍ୱର//TATKAL ODISHA//ଐତିହ୍ୟ ଖୋଜ//


ପ୍ରଥମାଷ୍ଟମୀ। ପ୍ରତି ଓଡ଼ିଆ ଘରେ ହଳଦୀ ପତ୍ରରେ ପ୍ରସ୍ତୁତ ହୋଇଥାଏ ଏଣ୍ଡୁରି ପିଠା । ଏହି ପିଠାକୁ ନରମ ଓ ସ୍ୱାଦିଷ୍ଟ କରିବା ପାଇଁ ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ପ୍ରଣାଳୀ।

ଆବଶ୍ୟକ ସାମଗ୍ରୀ

ପିଠା ଚାଉଳ, ବିରି, ନଡ଼ିଆ କୋରା, ଗୁଡ଼, ଛେନା, ଗୁଜୁରାତି, ଗୋଲମରିଚ, ଲୁଣ, ହଳଦୀ ପତ୍ର, ଅଳେଇଚ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପିଠା ଚାଉଳ ଓ ବିରିକୁ ଅଲଗା ଅଲଗା ପାତ୍ରରେ କିଛି ସମୟ ପାଇଁ ପାଣିରେ ବତୁରାଇ ଦେବେ। ଭଲରେ ଏହି ସବୁ ବତୁରିଗଲା ପରେ ଏହାକୁ ଅଲଗା ଅଲଗା ଗ୍ରାଇଣ୍ଡିଂ କରିଦେବେ। ମନେ ରଖିବେ ଗ୍ରାଇଣ୍ଡିଂ କଲା ବେଳେ ବେଶୀ ପାଣି ଦେବେ ନାହିଁ। କାରଣ ଏଣ୍ଡୁରି ପିଠା ପାଇଁ ବହଳିଆ ପିଠଉ ଦରକାର ପଡ଼ିଥାଏ। ଗ୍ରାଇଣ୍ଡିଂ କରିବା ପରେ ବିରି ଓ ଚାଉଳ ବଟାକୁ ଭଲ ଭାବେ ମିଶ୍ରଣ କରିଦେବେ। ପିଠଉକୁ ଫୁଲିବା ପାଇଁ। ୬/୮ ଘଣ୍ଟା ଖାଇବା ସୋଡ଼ା ଓ ଲୁଣ ପକାଇ ଛାଡ଼ି ଦେବେ।

ଏହାପରେ ପିଠା ପାଇଁ ପୂର ପ୍ରସ୍ତୁତ କରିବେ। ନଡ଼ିଆ କୋରା, ଛେନା, ଗୁଡ଼, ଅଳେଇଚ ଓ ଗୋଲ ମରିଚ ଗୁଣ୍ଡ ମିଶାଇ ପୂର ପ୍ରସ୍ତୁତ କରିବେ। ତା’ପରେ ଅଥାର ଗଢ଼ିବେ। ପୂର୍ବରୁ ମାଟିହାଣ୍ଡିରେ ବଡ଼ ସୁନ୍ଦର ଭାବେ ଆମ ଜେଜେମା’ମାନେ ଅଥାର କରୁଥିଲେ। ଆଜିକାଲି ଆଉ ଅଥାର ନାହିଁ, ଇଟିଲି ଛାଞ୍ଚରେ ହଳଦୀ ପତ୍ରରେ ରଖି ପିଠାକୁ ସିଝାଇ ଦେବେ।

ଏବେ ଖାଆନ୍ତୁ ଓ ଖୁଆନ୍ତୁ..

(ସଂଗୃହିତ l)

Leave A Reply

Your email address will not be published.