ପ୍ରଥମରୁ ପଞ୍ଚମ ଶ୍ରେଣୀ : ସାମୟିକ ସ୍କୁଲ ଖୋଲା ନିଷ୍ପତ୍ତି ରଦ୍ଦ

0

  • ଆଗଚଲା ନୀତି ପାଇଁ ଗଣଶିକ୍ଷା ମନ୍ତ୍ରୀ ସମାଲୋଚିତ!!
  • ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯଥା ବିଧ ଜାରି ରହିବ

ଭୁବନେଶର//TATKAL ODISHA//


ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ପୁନଃ ଖୋଲାଯିବା ନିମନ୍ତେ ଆଦେଶ ଜାରି କରିଥିଲେ।


   ଅଦେଶ ମୁତାବକ, ପାଖାପାଖୁ ୨୩ ହଜାର ବିଦ୍ୟାଳୟ ଆସନ୍ତା ଜାନୁଆରୀ ୩ ତାରିଖ (ସୋମବାର)ଠାରୁ ଖୋଲିବାର ବନ୍ଦୋବସ୍ତ କରାଯାଉଥିଲା ଏବଂ ବାକି ୩୦୯୩ ବିଦ୍ୟାଳୟକୁ ଜାନୁଆରୀ ୧୦ ତାରିଖ ଦିନଠାରୁ ଖୋଲିଥାନ୍ତା ।


 ଇତି ମଧ୍ୟରେ ପଦାଧ୍ୟାକାରୀମାନେ ବିଭିନ୍ନ ସ୍କୁଲ ଗସ୍ତକରି ବିଦ୍ୟାଳୟ ସହ ଜଡ଼ିତ ବ୍ୟକ୍ତିବିଶେଷମାନଙ୍କ ସହିତ ଆଲୋଚନା କରିଛନ୍ତି । ସାଂପ୍ରତିକ ସ୍ଵାସ୍ଥ୍ୟଜନିତ ପରିସ୍ଥିତି, ବିଶେଷ ଭାବରେ ବିଗତ ଦୁଇଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବଂ ଇତି ମଧ୍ୟରେ ବିଭିନ୍ନ ଉଚ୍ଚ ପଦାଧିକାରୀମାନଙ୍କ ରିପୋର୍ଟକୁ ନେଇ ପିଲାମାନଙ୍କ ବୃହତ୍ତର ସ୍ଵାସ୍ଥ୍ୟଗତ ହିତକୁ ଧ୍ୟାନରେ ରଖୁ ରାଜ୍ୟ ସରକାର ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖୁଛନ୍ତି । କିନ୍ତୁ ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯଥା ବିଧ ଜାରି ରହିବ ।


ଆସନ୍ତା ଜାନୁଆରୀ ୫ରୁ ୮ ତାରିଖ ପର୍ଯ୍ୟନ୍ତ ୧୦ମ ଶ୍ରେଣୀର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସମେଟିଭ୍–୧ ପରୀକ୍ଷା ପୂର୍ବନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଯଥାବିଧ୍ଵ ଚାଲୁରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ।

ତେବେ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ଆଗୁଆ ସୂଚନା ଦେଇଥିଲେ I ତାଙ୍କ ଏହି ଆଗଚଲା ନୀତି ଯୋଗୁଁ ସାଧାରଣରେ ସମାଲୋଚିତ ହୋଇଛନ୍ତି ବୋଲି ବିରୋଧୀ କଟାକ୍ଷ  କଟାକ୍ଷ କରିଛନ୍ତି I ଉଭୟ କଂଗ୍ରେସ ଓ ବିଜେପି କହିଛନ୍ତି ଯେ, କୋଭିଡର ପ୍ରଥମ ଲହର ବେଳେ ବି ମନ୍ତ୍ରୀ ଟିଭିରେ ମୁହଁ ଦେଖାଇବା ନିଶାରେ ସରକାରୀ ନିଷ୍ପତ୍ତି ହୋଇ ନଥାଇ ମଧ୍ୟ ଏଭଳି ଆଗୁଆ ବୟାନ ଦେଇ ତୃତୀୟ ମହଲାର ରୋଷରେ ଶିକାର ହୋଇଥିଲେ I ପରେ ପୁଣି ଚାପରେ ତାହାକୁ ୱାପସ କରି ନେଇଥିଲେ I


Advt

Leave A Reply

Your email address will not be published.