ପ୍ରତୀକ୍ଷାର ଅନ୍ତ, ନୂଆବର୍ଷରୁ ମେଟ୍ରୋ ରେଳ

0
  • ଡିପିଆର୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
  • ବ୍ୟୟ ହେବ ୫୯୨୯ କୋଟି
  • ୪ ବର୍ଷରେ ଶେଷ ହେବ ପ୍ରକଳ୍ପ
  • ନିଜସ୍ୱ ଅର୍ଥରୁ ବ୍ୟୟ ହେବ
  • ଛବିଶ କିମି ଭିତରେ କୋଡିଏ ଷ୍ଟେସନ

ଭୁବନେଶ୍ୱର,//TATKAL ODISHA//

ପ୍ରତୀକ୍ଷାର ଘଟିଛି ଅନ୍ତ I ୫୯୨୯ କୋଟି ବ୍ୟୟରେ ହେବ କଟକ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ I ପ୍ରାୟ୨୬ କିମି ଦୀର୍ଘ ଦୂରତା ଭିତରେ ମୋଟ୍ ୨୦ଟି ଷ୍ଟେସନ ରହିବ । ୪ ବର୍ଷରେ ଶେଷ ହେବ ପ୍ରକଳ୍ପ । ଜାନୁଆରୀ ପହିଲାରୁ ଶୁଭ ଉଦ୍‌ଘାଟନ କରାଯିବ ।


ପ୍ରଥମ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କଟକର ତ୍ରିଶୁଳିଆ ମଧ୍ୟରେ ରେଳ ସଂଯୋଗ ହେବ । ରାଜ୍ୟ ସରକାରଙ୍କ ନିଜସ୍ୱ ଆର୍ôଥକ ଅନୁଦାନରେ ହେବ । ୫-ଟି ଉପକ୍ରମ ଅଧିନରେ ପ୍ରକଳ୍ପ କାର୍ଯ୍ୟ କରିବ । ଉକ୍ତ ଡିପିଆର୍‌କୁ ଶନିବାର ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହେଉଥିବାରୁ କଟକ ଓ ଭୁବନେଶ୍ୱରର ଯାତ୍ରୀ ବହୁତ ଲୋକ ଲାଭବାନ ହେବେ । ନିଜ ଆସି କାର୍ଯ୍ୟ ସମ୍ପାଦନ କରି ଫେରିବାର କିଛି ସମସ୍ୟା ହେବନାହିଁ । ତେଣୁ ଧାର୍ଯ୍ୟ ୪ ବର୍ଷରେ ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି I – ମୁଖ୍ୟମନ୍ତ୍ରୀ


 ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେବା ସହ କଟକ, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧା ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ ବୋଲି ଘୋଷଣା କରିଥିଲେ । ପରେ କଟକ-ଭୁବନେଶ୍ୱର ମଧ୍ୟରେ ରେଳ ଗଡ଼ିବ ବୋଲି ନିଷ୍ପତ୍ତି ହୋଇଥିଲା । ତଦନୁଯାୟୀ ଦିଲ୍ଲୀ ମେଟ୍ରୋ ରେଳ ନିଗମ(ଡିଏମ୍‌ଆର୍‌ସି) ଟ୍ୟୁନ୍‌ସିଟିର ଟ୍ରାଫିକ୍ ସର୍ଭେ, ଜିଓ ଟେକ୍ନିକାଲ ଇନଭେଷ୍ଟିଗେସନ, ଟପୋଗ୍ରାଫିକ୍ ସର୍ଭେ ଆଦି କରିବା ସହ ମାଟିର ସ୍ଥିତି ବି ପରଖିଥିଲା । ପରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌)ରେ ସେସବୁ ସ୍ଥାନୀତ ହୋଇଛି ।
 ଗତ ଅଗଷ୍ଟ ୧୬ରେ ମୁଖ୍ୟ ଶାସନ ସଚିବ ପିକେ ଜେନାଙ୍କୁ ସଂପୃକ୍ତ ସଂସ୍ଥା ଡିପିଆର୍ ପ୍ରଦାନ କରିଥିଲା । କଟକର ସୁବାଷ ବୋଷ ସେତୁ ନିକଟରୁ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହୋଇ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ସଂଯୋଗ କରିବ । ଏହାରି ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳଷ୍ଟେସନ, ରାମମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଫୁଲପୋଖରୀ ଷ୍ଟେସନ ଆଦି ସ୍ଥାନ ଅନ୍ତର୍ଭୁକ୍ତ ହୋଇଛି ।
 ପ୍ରକଳ୍ପଟି ସମ୍ପୂର୍ଣ୍ଣ ରୂପେ ପୂର୍ବରୁ ଦେଶ ବିଦେଶର ବଡ଼ ବଡ଼ ବିଶେଷଜ୍ଞ ଦ୍ୱାରା ଅଧ୍ୟୟନ କରାଯିବା ସହ ବିଭିନ୍ନ ବୈଷୟିକ ସଂସ୍ଥା ଦ୍ୱାରା ବିସ୍ତୃତ ସର୍ଭେ ହୋଇଛି । ଗତ ଅଗଷ୍ଟ ୩ରେ ରାଜ୍ୟ ସରକାର ଭୁବନେଶ୍ୱର ମେଟ୍ରୋ ରେଳ ନିଗମ(ବିଏମ୍‌ଆରସିଏଲ୍‌) ସ୍ଥାପନ ନେଇ ବିଜ୍ଞପ୍ତି ଜାରି ସହ ଏହାର ସିଇଓ ଓ ଜେନେରାଲ ମ୍ୟାନେଜର(ପ୍ରଶାସନ)ଙ୍କୁ ନିଯୁକ୍ତି ଦିଆଯାଇଛି ।
 

Leave A Reply

Your email address will not be published.