ପ୍ରତି ରାସନକାର୍ଡ଼ ହିତାଧିକାରୀଙ୍କୁ ୧୦୦୦ ଟଙ୍କା

0
  • କୋଭିଡ ସହାୟତା
  • ୩୫୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,//TATKAL ODISHA//

ପ୍ରତି ରାସନକାର୍ଡ଼ ଧାରୀଙ୍କୁ ନଗଦ ୧୦୦୦ ଟଙ୍କା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ରାଜକୋଷରୁ ୩୫୦ କୋଟି ଟଙ୍କା ବ୍ୟୟ ହେବ ।ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏହି ମର୍ମରେ ରାଜ୍ୟ ଖାଦ୍ୟ ଯୋଗାଣ ନିଗମକୁ ଚିଠି ଦେଇଛି ।

ପଞ୍ଚାୟତ ଓ ପୌର ନିର୍ବାଚନ ଯେତେ ପାଖେଇ ଆସୁଥିବାରୁ ରାଜ୍ୟ ସରକାର ଏଭଳି ଗୋଟିଏ ପରେ ଗୋଟିଏ ପ୍ୟାକେଜ୍ ଘୋଷଣା କରି ଚାଲିଛନ୍ତି ।

ଯୋଗାଣ ବିଭାଗର ଚିଠି

ବିଭାଗୀୟ ଅତିରିକ୍ତ ଶାସନ ସଚିବ ଏମ୍ କ୍ୟୁ ହକ୍ ଏହି ଚିଠି ଦେଇଛନ୍ତି । ସେ ଚିଠିରେ ଦର୍ଶାଇଛନ୍ତି ଯେ, କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆକ୍ଟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଥିବା ପ୍ରତି ହିତାଧିକାରୀଙ୍କୁ ୧ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ୩୦ ଜିଲ୍ଲା ପାଇଁ ୩୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ଅର୍ଥ ପ୍ରତି ଜିଲ୍ଲାର ହିତାଧିକାରୀଙ୍କ ସଂଖ୍ୟା ଅନୁସାରେ ଅର୍ଥ ବ୍ୟବସ୍ଥା ହୋଇଛି । ପୂର୍ବରୁ ୬୧୦ କୋଟି ମଞ୍ଜୁର ହୋଇଥିଲା ।
 ସବୁ ଜିଲ୍ଲା ପାଇଁ ଅର୍ଥ ବ୍ୟବସ୍ଥା ହୋଇଛି ।

କେଉଁ ଜିଲ୍ଲା ପାଇଁ କେତେ ଅର୍ଥ?

  • ଅନଗୋଳ ଜିଲ୍ଲା ପାଇଁ ୧୦,୦୬,୭୭,୦୦୦ ଟଙ୍କା
  • ବାଲେଶ୍ୱରକୁ ୧୮,୯୬,୬୩,୦୦୦ ଟଙ୍କା,
  • ବରଗଡ଼କୁ ୧୩,୧୧,୮୪,୦୦୦ ଟଙ୍କା,
  • ଭଦ୍ରକକୁ ୧୧,୯୦,୧୭,୫୦୦ ଟଙ୍କା,
  • ବଲାଙ୍ଗିରକୁ ୧୬,୩୦,୫୫,୨୦୦ ଟଙ୍କା,
  • ବୌଦକୁ ୪,୦୪,୫୪,୫୦୦ ଟଙ୍କା,
  • କଟକକୁ ୧୮,୪୫,୦୮,୭୦୦ ଟଙ୍କା,
  • ଦେବଗଡ଼କୁ ୨,୮୪,୪୭,୦୦୦ ଟଙ୍କା,
  • ଢେଙ୍କାନାଳକୁ ୧୦,୫୭,୬୧,୩୦୦ ଟଙ୍କା,
  • ଗଜପତିକୁ ୫,୨୫,୪୭,୧୦୦ ଟଙ୍କା,
  • ଗଞ୍ଜାମକୁ ୨୮,୧୫,୯୦,୩୦୦ ଟଙ୍କା,
  • ଜଗତସିଂହପୁରକୁ ୮,୭୧,୫୨,୯୦୦ ଟଙ୍କା,
  • ଯାଜପୁରକୁ ୧୫,୧୪,୩୯,୫୦୦ ଟଙ୍କା,
  • ଝାରସୁଗୁଡ଼ାକକୁ ୪,୧୯,୬୨,୪୦୦ ଟଙ୍କା
  • କଳାହାଣ୍ଡିକୁ ୧୪,୭୯,୨୨,୪୦୦ ଟଙ୍କା
  • କନ୍ଧମାଳକୁ,୫୭,୭୧,୨୦୦ ଟଙ୍କା
  • କେନ୍ଦ୍ରାପଡ଼ାକୁ ୧୧,୫୮,୬୨,୪୦୦ ଟଙ୍କା,
  • କେନ୍ଦୁଝରକୁ ୧୫,୨୭,୭୦,୬୦୦ ଟଙ୍କା,
    ଖୋର୍ଦ୍ଧାକୁ ୧୪,୩୫,୭୭,୩୦୦ ଟଙ୍କା,
  • କୋରାପୁଟକୁ ୧୩,୪୨,୬୮,୪୦୦ ଟଙ୍କା,
  • ମାଲକାନାଗିରିକୁ ୫,୬୨,୯୨,୭୦୦ ଟଙ୍କା,
  • ମୟୂରଭଞ୍ଜକୁ ୨୨,୨୫,୯୮,୧୦୦ ଟଙ୍କା, ନବରଙ୍ଗପୁରକୁ ୧୧,୫୩,୨୨,୮୦୦ ଟଙ୍କା,
  • ନୟାଗଡ଼କୁ ୮,୧୪,୭୪,୯୦୦ ଟଙ୍କା,
  • ନୂଆପଡ଼ାକୁ ୬,୨୯,୫୨,୬୦୦ ଟଙ୍କା,
  • ପୁରୀକୁ ୧୩,୪୧,୫୩,୯୦୦ ଟଙ୍କା,
  • ରାଜୟଗଡ଼ାକୁ ୯,୨୩,୬୧,୦୦୦ ଟଙ୍କା,
  • ସମ୍ବଲପୁରକୁ ୮,୨୯,୨୮,୯୦୦ ଟଙ୍କା,
  • ସୋନପୁରକୁ ୫,୫୭,୫୧,୭୦୦ ଟଙ୍କା ଏବଂ
  • ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୫,୮୫,୩୦,୭୦୦ ଟଙ୍କା ପ୍ରଦାନ କରାଯାଇଛି


  । ସହାୟତା ନେବା ପୂର୍ବରୁ ହିତଧିକାରୀ ନିଜର ବିଜୁ ସ୍ୱାସ୍ଥ୍ୟ କାର୍ଡ଼ର ପରିଚୟ ପତ୍ର ପ୍ରଦାନ କରିବାକୁ ହେବ । ସଂପୃକ୍ତ ଜିଲ୍ଲାର ପୌରାଞ୍ଚଳ ଓ ବ୍ଲକ୍ ଅଧିକାରୀ ଚିହ୍ନଟ କରିବା ପରେ ହିତାଧିକାରୀ ଅର୍ଥ ପାଇବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କ ନଗଦ ସହାୟତା ଗ୍ରହଣ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି I

Leave A Reply

Your email address will not be published.