ପ୍ରତିଶୃତି ‘ପାଣିର ଗାର’: ସମ୍ବଲପୁର ଯାଏ ସାମ୍ପ୍ରସାରିତ ହେଲାନି ଗୋଁଣ୍ଡୱାନା ଏକ୍ସପ୍ରେସ

0

ଭୁବନେଶ୍ୱର, ଝାରସୁଗୁଡା, ସମ୍ବଲପୁର//TATKAL ODISHA//


Lଭାରତର ବୃହତ୍ତମ ଜନଜାତି ହେଉଛନ୍ତି ଗୋଁଣ୍ଡ I ଦକ୍ଷିଣରେ ଗୋଦାବରୀ ନଦୀ ଠାରୁ ଉତ୍ତରରେ ବିନ୍ଧ୍ୟାଞ୍ଚଳ ଏବଂ ପଶ୍ଚିମରେ ଗଣ୍ଡୁକୀ ନଦୀ ଠାରୁ ପୂର୍ବରେ ସାତପୁରା ପାର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ଗୋଁଣ୍ଡ ସମ୍ପ୍ରଦାୟ ଲୋକେ ବସବାସ କରନ୍ତି I  ଭାରତ ମଧ୍ୟଯୁଗରେ ଏହି ଇଲାକାକୁ ‘ଗୋଁଣ୍ଡୱାନା ଲ୍ୟାଣ୍ଡ’ ଭାବେ ଅବହିତ କରାଯାଉ ଥିଲା I 

ଓଡ଼ିଶାରେ ଵାସଠି ପ୍ରକାରର ଜନଜାତିଙ୍କ ଭିତରୁ ଗୋଁଣ୍ଡ ଜନଜାତିଙ୍କ ଦ୍ଵିତୀୟ ସର୍ବାଧିକ I କୋଡିଏ ଜିଲ୍ଲାରେ ପ୍ରାୟ 20 ଲକ୍ଷ ଗୋଁଣ୍ଡ ସମ୍ପ୍ରଦାୟ ବସବାସ କରୁଛନ୍ତି I ସେଥିପାଇଁ କେନ୍ଦ୍ର ସରକାର ଚାଲିଥିବା “ଗୋଁଣ୍ଡୱାନା ଏକ୍ସପ୍ରେସ”  ଯାତ୍ରୀବାହୀ ଟ୍ରେନକୁ ଓଡ଼ିଶା ଯାଏ ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ନେଇଥିଲେ I ହେଲେ ସେଇ ପ୍ରତିଶୃତି ‘ପାଣିର ଗାର’  ସଦୃଶ ହୋଇଛି I

  • ଦେଖନ୍ତୁ ରିପୋର୍ଟ…


  ହଜରତ ନିଜ଼ାମୁଦ୍ଦିନ ଓ ରାୟଗଡ ମଧ୍ୟରେ ଚାଲୁଥିବା 12409/ 12410 ଗୋଁଣ୍ଡୱାନା ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ବିଷୟରେ ରେଳରାଜ୍ୟ ମନ୍ତ୍ରୀ ମାର୍ଚ୍ଚ 2019ରେ ଘୋଷଣା କରିଥିଲେ I 
କୋଭିଡ ସଂକ୍ରମଣ ହ୍ରାସ କାରଣରୁ ଦେଶରେ ଅନ୍ୟାନ୍ୟ ରେଳଗାଡି ଚାଲିବା ଆରମ୍ଭ କରିଛି I ହେଲେ ଗୋଁଣ୍ଡୱାନା ଏକ୍ସପ୍ରେସ ନେଇ ହୋଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ନ ଥିଲା I


ତେଣୁ 12409/ 12410 ଗଣ୍ଡୱାନା ଏକ୍ସପ୍ରେସର ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ତୁରନ୍ତ କାର୍ଯ୍ୟକାରୀ କରାଯାଉ lଏହି ରେଳଗାଡି ତୁରନ୍ତ ଆରମ୍ଭ ହେଲେ ଏହାର ସୁବିଧା ଜନସାଧାରଣଙ୍କୁ ମିଳିପାରନ୍ତା I

ଗୋଁଣ୍ଡୱାନା ଏକ୍ସପ୍ରେସ ନେଇ ମନ୍ତ୍ରୀଙ୍କ ଘୋଷଣା


ଅନ୍ୟପକ୍ଷରେ  ହାବାଡା ସମ୍ବଲପୁର ଏକ୍ସପ୍ରେସକୁ ସପ୍ତାହରେ 3ଦିନ ଚାଲିବା ବିଷୟରେ ରେଳରାଜ୍ୟ ମନ୍ତ୍ରୀ ମାର୍ଚ୍ଚ 2019ରେ ଘୋଷଣା କରିଥିଲେ I ତାହା ବି ଚାଲି ପାରିନାହିଁ I ତେଣୁ  ହାବାଡା ( ସାଲିମାର )-ସମ୍ବଲପୁର ଏକ୍ସପ୍ରେସକୁ ସପ୍ତାହରେ 3ଦିନ ଚାଲିବା ବ୍ୟବସ୍ଥା ତୁରନ୍ତ ହେବା ଆବଶ୍ୟକ I ସମ୍ବଲପୁର ସହ ଉତ୍ତର ଓଡିଶାକୁ ଯୋଡ଼ୁଥିବା ଏହା ଏକମାତ୍ର ରେଳଗାଡ଼ି  I


କେନ୍ଦ୍ର ସରକାର ଏହାକୁ ନଜର ଦେଵା ସହ ନିଜ ପ୍ରତିଶୃତି ପାଳନ କରିବା ଜରୁରୀ I 

Leave A Reply

Your email address will not be published.