ପୁଣି ଚାଞ୍ଚଲ୍ୟ : ପୋଲିସ କନେଷ୍ଟବଳଙ୍କ ପୁଅ ନିଖୋଜ

0
  • ବାଲିଅନ୍ତା ଥାନାରେ ଏତଲା, ମିଳୁନି ପତ୍ତା

*ବଡ଼ଭାଇ ମନୋରଂଜନଙ୍କ ପାଖକୁ ଆସି ନିଖୋଜ ହୋଇଛନ୍ତି  

ଭୁବନେଶ୍ୱର,//TATKAL ODISHA//:

ରାଜଧାନୀ ଭୁବନେଶ୍ୱରରେ ଆଉ ଏକ ବଡ଼ ଅଘଟଣ ଘଟିଛି I ସାମ୍ବାଦିକଙ୍କ ପୁଅ ନିଖୋଜ ହୋଇ ହତ୍ୟା ଘଟଣା ଜଣାପଡ଼ିବା ପରେ ଏବେ ଜଣେ ପୋଲିସ କର୍ମଚାରୀଙ୍କ ପୁଅ ନିଖୋଜ ହୋଇଛନ୍ତି I ଏନେଇ  ଲିଖିତ ଅଭିଯୋଗ  ପରେ ଏକ ମାମଲା ରୁଜୁ କରି ପୋଲସ ତଦନ୍ତ ଆରମ୍ଭ କରିଛି I ହେଲେ ନିଖୋଜ ଯୁବକଙ୍କୁ ଠାବ କରାଯାଇ ପାରିନାହଁ I

ମିଳିଥିବା ସୂଚନା ଅନୁସାରେ କମିଶନରେଟ ପୋଲିସରେ କାର୍ଯ୍ୟରତ କନଷ୍ଟେବଲଙ୍କ ସାନପୁଅ ପ୍ରଫୁଲ ଜେନାଙ୍କ ସାନପୁଅ ନିଖୋଜ ହୋଇଛନ୍ତି । ସେ କେନ୍ଦ୍ରାପଡାସ୍ଥିତ ଘରୁ ଭୁବନେଶ୍ୱରସ୍ଥ ଆଇଆରସି ଭିଜେଲରେ ରହୁଥିବା ବଡଭାଇ ମନୋରଂଜନଙ୍କ ପାଖକୁ ଆସିଥିଲେ । ସେଠାରୁ ବାଲିଅନ୍ତା ଥାନା ଅଂଚଳରେ ଥିବା ଏକ ଘରୋଇ କଲେଜକୁ ପରୀକ୍ଷା କମ୍ପର୍କରେ ବୁଝାସୁଝା କରିବାକୁ ଯାଇଥିଲେ ।

ହେଲେ ଆଉ ଘରକୁ ଫେରିନଥିଲେ । ତାଙ୍କ ମୋବାଇଲ ସୁଇଚ ବନ୍ଦ ରହିଛି । ପରିବାର ଲୋକେ ଖୋଜାଖୋଜି କରିଥ ନପାଇବାରୁ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ତାର କୌଣସି ଖୋଜଖବର ମିଳିପାରିନାହିଁ ।

Leave A Reply

Your email address will not be published.