ପୋପଙ୍କୁ ଭେଟିଲେ ନବୀନ

0

ରୋମ, ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲୀରେ ପୋପଙ୍କୁ ସାକ୍ଷାତ କରିଛନ୍ତି I  

ଗତ ସୋମବାର ଅପରାହ୍ନ ସାଢ଼େ 3ରେ ନବୀନ ବାବୁ ଇଟାଲୀର ରାଜଧାନୀ ରୋମରେ ପହଞ୍ଚିଥିଲେ I ନୂଆଦିଲ୍ଲୀରୁ ସେ ଉଚ୍ଚ ପ୍ରତିନିଧି ଦଳ ସହ ଭୋର 4ରୁ ବାହାରି ଥିଲେ I

ଇଟାଲୀରେ ପହଂଚିବା ପରେ ସେଠାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡ଼ ନିନା ମାଲହୋତ୍ରା ଟିମ ନବୀନଙ୍କୁ ସ୍ୱାଗତ କରିଥିଲେ I

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜୁନ 20ରୁ 30 ଯାଏ ବିଦେଶ ଗସ୍ତରେ ଅଛନ୍ତି I 

ଦି ୱାଲର୍ଡ ଫୁଡ୍ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଆମନ୍ତ୍ରଣକ୍ରମେ ଇଟାଲୀ ଯାଇଥିବା ମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ  ଓଡ଼ିଶାର ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାର ସଫଳ କାହାଣୀ ଉପସ୍ଥାପନ କରିବେ ।ଇଟାଲିରୁ ଶ୍ରୀ ପଟ୍ଟନାୟକ  ୨୬ରେ ଦୁବାଇ ଆସି ନିବେଶକ ସମ୍ମିଳନୀରେ ଭାଗ ନେବେ।ତେବେ ଏହି ଗସ୍ତ  କାଳରେ ମୁଖ୍ୟମନ୍ତ୍ରୀ ବିଦେଶରେ ରହୁଥିବା  ପ୍ରବାସୀ ଓଡ଼ିଆ ନିବେଶକଙ୍କ ସହ ଆଲୋଚନା କରିବାର ବି କାର୍ଯ୍ୟକ୍ରମ ରହିଛି।ଓଡିଶାର ରୂପାନ୍ତର କାର୍ଯ୍ୟକ୍ରମରେ ସେମାନଙ୍କ ସହଭାଗିତା ନେଇ  ଆଲୋଚନା ହେବ I ପରେ ଦୁବାଇରୁ ଜୁନ ୩୦ ରେ ଦିଲ୍ଲୀ ଆସି ଭୁବନେଶ୍ୱରରେ ପ୍ରାୟ ରାତ୍ରି 11ରେ  ପହଁଯିବେ ବୋଲି ଜଣାପଡ଼ିଛି 

Leave A Reply

Your email address will not be published.