ପୁରୀ ବିକାଶ ପାଇଁ 175 କୋଟିର ପ୍ୟାକଜ
ଭୁବନେଶ୍ୱର, ପୁରୀ //ତତ୍କାଳ ଓଡିଶା//
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । କରୋନା ମହାମାରୀ ସମୟରେ ରଥଯାତ୍ରା ହେଉ କିମ୍ବା ନବକଳେବର ବା ଶ୍ରୀମନ୍ଦିରର ବିକାଶ ଓ ପ୍ରସ୍ତାବିତ ଉପକୂଳ ରାଜପଥ ସବୁ କ୍ଷେତ୍ରରେ ମୋଦି ସରକାର ଆର୍ଥିକ ଓ ଆନୁଷାଙ୍ଗୀକ ସହଯୋଗ ଯୋଗାଇ ଆସୁଛନ୍ତି । ପୁରୀକୁ ଅତ୍ୟାଧୁନିକ ସହର ଭାବରେ ଗଢ଼ିତୋଳାଯିବ I ଏଥିପାଇଁ 175 କୋଟିର ପ୍ୟାକଜ ବ୍ୟବସ୍ଥା ହୋଇଛି I
ପୁରୀରେ ଗେଲ ଗ୍ୟାସ ଲିମିଟେଡ୍ ଏବଂ ମୋଏଲ ଲିମିଟେଡର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପ୍ରାୟ ଦେଢ କୋଟି ଟଙ୍କାର ପ୍ରକଳ୍ପ ତଥା କମ୍ୟୁନିଟି ସେଣ୍ଟର ଓ କଲ୍ୟାଣ ମଣ୍ଡପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଏହି ସୂଚନା ଦେଇଛନ୍ତି ।