ପୁରୀରୁ LIVE ବାହୁଡ଼ା ଯାତ୍ରା

0

ପୁରୀ //TATKAL ODISHA//

ଆଡପ ମଣ୍ଡପରେ ସବୁ ମୋହ ତୁଟାଇ ଶ୍ରୀବଳଭଦ୍ର, ଶ୍ରୀ ସୁଭଦ୍ରା, ଶ୍ରୀ ଜଗନ୍ନାଥଙ୍କ ସହ ଶ୍ରୀସୁଦର୍ଶନ ଶ୍ରୀମନ୍ଦିର ଫେରୁଛନ୍ତି I 

ଗୁଣ୍ଡିଚା ମନ୍ଦିରକୁ ଗତ ମଙ୍ଗଳବାର ସନ୍ଧ୍ୟାରେ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି  I ଜନ୍ମ ବେଦୀରୁ କାର୍ଯ୍ୟ ଶେଷ କରି ମହାପ୍ରଭୁ ଏବେ କର୍ମବେଦୀକୁ ଫେରୁଛନ୍ତି I

 ଅପେକ୍ଷାରେ ଅଛନ୍ତି ତିନି ରଥ I 

  • ଦେଖନ୍ତୁ.. ପୁରୀ ଶରଧାଵାଲିରୁ LIVE ବାହୁଡା଼ ଯାତ୍ରା

ଚତୁର୍ଦ୍ଧା ମୂର୍ତ୍ତି  ଗୋଟି ପହଣ୍ଡିରେ ଜନ୍ମବେଦୀରୁ ରଥ ବିଜେ କରିବେ ମହାପ୍ରଭୁ I 

 ରଥାରୁଢ଼ ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରିବେ। 

*************************

ଆଡପ ମଣ୍ଡପ ଓ ବାହୁଡା଼ ଯାତ୍ରା 

***************************

  • ଗୁଣ୍ଡିଚା ମନ୍ଦିର ଗର୍ଭ ଗୃହr ମଧ୍ୟ ଭାଗରେ କଳା ମୁଗୁନି ପଥରରେ ନିର୍ମିତ ବିରାଟ ସିଂହାସନକୁ ଅଟୋପ ମଣ୍ଡପ, ଆଡପ ମଣ୍ଡପ ବା ମହାବେଦୀ ବୋଲି କୁହାଯାଏ |ଏହା 4ଫୁଟ ଉଚ୍ଚ ଓ 19ଫୁଟ ଲମ୍ବ | ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଏହି ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରନ୍ତି | ଏହି ମଣ୍ଡପ ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡାଇ ନିର୍ମିତ ହୋଇଛି |ଶ୍ରୀଗୁଣ୍ଡିଚା ମନ୍ଦିରରେ ଠାକୁର ମାନେ 7ଦିନ ଅବସ୍ଥାନ କରନ୍ତି o ଏହିଠାରେ ଦିଅଁ ମାନଙ୍କର ସମସ୍ତ ନୀତି ଅନୁଷ୍ଠିତ ହୁଏ |

ନୀଳାଚଳ ନାଥ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଜନ୍ମଭୂମି ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର |ନୃସିଂହ ଭଗବାନ ଏହି ପବିତ୍ର କ୍ଷେତ୍ରର କ୍ଷେତ୍ରପାଳ |

  • ଆଡପ ମଣ୍ଡପରେ ଦିଅଁମାନେ ସାତ ଦିନ ଅବସ୍ଥାନ କରନ୍ତି|ସେ ସମୟରେ ରାତିରେ   ପ୍ରଭୁଙ୍କର ଦର୍ଶନ କଲେ ଦଶଗୁଣ ପୁଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି |ସପ୍ତମୀ, ଅଷ୍ଟମୀ ଓ ନବମୀରେ ସନ୍ଧ୍ୟା ଧୂପ ପରେ ଦିଅଁ ମାନେ ରାହାସକୁ ଯା’ନ୍ତି |ରାହାସ ହେଉଛି ଏକ ନୀତି |ସେଥିପାଇଁ ଏ ମଣ୍ଡପକୁ ରାସ ମଣ୍ଡପ କୁହାଯାଏ |କଥିତ ଅଛି ଇନ୍ଦ୍ରଦ୍ୟୁମ୍ନ ମହାରାଜ ସହସ୍ର ଅଶ୍ୱମେଧ ଯଜ୍ଞ ଏହି ମହାବେଢା ଉପରେ ସମାପନ କରିଥିଲେ | ମହାପ୍ରଭୁ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କୁ ବରଦାନ କରି ପ୍ରତିବର୍ଷ ଆଡପ ମଣ୍ଡପରେ ସାତ ଦିନ ଅବସ୍ଥାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ |

ଗଙ୍ଗ ବଂଶର ରାଜା ନରସିଂହ ଦେବ 2ୟ (1778 ରୁ 1806)ଙ୍କ ସମୟରେ ଗୁଣ୍ଡିଚା ମନ୍ଦିରର କାଠ ମଣ୍ଡପଟି ପ୍ରସ୍ତର ମଣ୍ଡପ କରାଗଲା |ସେ ମଧ୍ୟ ମନ୍ଦିର ଚାରିପଟେ ବେଢା ନିର୍ମାଣ କରିଥିଲେ |

ଆଷାଢ଼ ଶୁକ୍ଳ ଦଶମୀ ଦିନ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୁଏ |ଶ୍ରୀଗୁଣ୍ଡିଚା ପରି ବାହୁଡା଼ ଦିନ ପହଣ୍ଡି, ଟାହିଆ ଲାଗି, ଓ ବନ୍ଦାପନା ଇତ୍ୟାଦି ନୀତି ଅନୁଷ୍ଠିତ ହେଲାପରେ ଚାରି ଠାକୁର ରଥରେ ଅବସ୍ଥାନ କରନ୍ତି |ମଦନ ମୋହନ ଓ ରାମକୃଷ୍ଣଙ୍କୁ ରଥରେ ବିଜେ କରାଯାଏ | ଗଜପତି ଶୋଭାଯାତ୍ରାରେ ଆସି ପ୍ରତ୍ୟେକ ରଥରେ ଛେରା ପହଁରା କରନ୍ତି |ତାପରେ ରଥରୁ ଚାରମାଳ ଫିଟା ଯାଇ ଘୋଡା, ସାରଥୀ ଯୋଚାଯାଏ |ଦଉଚି ବନ୍ଧାଯାଏ |ଘଣ୍ଟ, ମାଦଳ, କାହାଳି ବାଜି ରଥଟଣା ଆରମ୍ଭ ହୁଏ |

 *ମାଉସୀ ମା’ଙ୍କ ପୋଡପିଠା*ବାହୁଡା଼ ଯାତ୍ରାରେ ଶ୍ରୀମନ୍ଦିରକୁ ଫେରିବା ବାଟରେ ପ୍ରଭୁ ମାଉସୀ ମା ‘ଙ୍କ ହାତରୁ ପୋଡ଼ପିଠା ଖା’ନ୍ତି |ପୋଡ଼ ପିଠା ତିନୋଟି କୁଡୁଆରେ ତିନି ଠାକୁରଙ୍କୁ ଅଲଗା ଅଲଗା ସମର୍ପଣ କରାଯାଏ ||ଛେନା, ଅଟା,ଚିନି, ପେସ୍ତା, ବାଦାମ, ଅଳେଇଚ,ଲବଙ୍ଗ, ଓ  ଦେଶୀ ଘିଅ ଆଦିରେ ପୋଡ଼ ପିଠା ପ୍ରସ୍ତୁତ ହୋଇଥାଏ | କିମ୍ବଦନ୍ତୀ ଅନୁସାରେ ପ୍ରଳୟ ସମୟରେ ଶ୍ରୀକ୍ଷେତ୍ର ଯେତେବେଳେ ଜଳମଗ୍ନ ହେଲା ଭୁବନେଶ୍ୱରୀ ଜଗଦମ୍ବା ମା’ସୁଭଦ୍ରାଙ୍କ ଅଙ୍ଗରୁ ଉତ୍ପନ୍ନ ହୋଇ ମା’ଅର୍ଦ୍ଧାଶନୀ ଜଳର ଅଧା ଶୋଷି ନେଇଥିଲେ |ତା ପରେ ସେ ମାଉସୀ ମା’ରୂପରେ ପରିଚିତ ହେଲେ ବୋଲି କୁହାଯାଏ | ସୁଭଦ୍ରାଙ୍କ ଶକ୍ତିରୁ ଉତ୍ପନ୍ନ ହୋଇଥିବାରୁ ସେ ସୁଭଦ୍ରାଙ୍କ ଭଳି ଦେଖାଯା’ନ୍ତି |ସେ ଖମ୍ବାକୃତି | ତାଙ୍କ ଉଭୟ ପାର୍ଶ୍ଵରେ ଛାୟା ଓ ମାୟାଦେବୀ ବିଦ୍ୟମାନ ଥା’ନ୍ତି |ଗୁଣ୍ଡିଚା ଘର ଓ ବଡଦେଉଳ ମଝିରେ ବଳଗଣ୍ଡି ନିକଟରେ ବଡଦାଣ୍ଡର ପୂର୍ବ ଦିଗରେ ମାଉସୀ ମା’ଙ୍କ ମନ୍ଦିର ଅବସ୍ଥିତ |

ଜୟ ଜଗନ୍ନାଥ 🙏

  • ଶ୍ରୀକାନ୍ତ ଦାଶ, ସଭାପତି, ‘ଅବି’ ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |

 ଦୂରଭାଷ:9238304919

(ସହାୟକ ଗ୍ରନ୍ଥ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ )

  • ଦେଖନ୍ତୁ.. ଶରଧାବାଲିରୁ LIVE ବାହୁଡା଼ ଯାତ୍ରା

ବାହୁଡା଼ ଯାତ୍ରା
https://www.youtube.com/live/LfLof3uU4Aw?si=zL4jnwCmATA4ZdU

Leave A Reply

Your email address will not be published.