ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍

0

* ଗୋଟିଏ ମାସରେ ୫୩ ଟଙ୍କା ୫୦ ପଇସା ଗ୍ୟାସ ଦର ବୃଦ୍ଧି

ଭୁବନେଶ୍ୱର//TATKAL ODISHA//

କ୍ରମାଗତ ଭାବେ ବଢ଼ି ଚାଲିଛି ଏଲପିଜି ସିଲିଣ୍ଡର ଦାମ I ଲୋକଙ୍କୁ ଏହା ଖୁବ ବାଧୁଛି I

ସୂଚନାନୁସାରେ..

  • ଘରୋଇ LPG ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବଢ଼ିଛି I
  • କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୮ ଟଙ୍କା ବଢ଼ିଛି I

ଘରୋଇ ଏଲପିଜି ସିଲିଣ୍ଡର ପିଛା ଭୁବନେଶ୍ୱରରେ 1009 ଟଙ୍କା ଥିଲା I ଏବେ ତାହା ବଢ଼ି 1012 ଟଙ୍କା 50 ପଇସା ହୋଇଛି I ଏଥିସହ ଘରେ ସିଲିଣ୍ଡର ଯୋଗାଉଥିବା ବ୍ୟକ୍ତି ପ୍ରାୟ 10 ଟଙ୍କା ନେଉଛି I ଅର୍ଥାତ ଏବେ ସିଲିଣ୍ଡର ପ୍ରତି 1033 ଟଙ୍କା 50 ପଇସା ହୋଇଛି I

ଏନେଇ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି I

  • ଗୋଟିଏ ମାସରେ ୫୩ଟଙ୍କା ୫୦ ପଇସା ଗ୍ୟାସ ଦର ବୃଦ୍ଧି

କେନ୍ଦ୍ର ସରକାରଙ୍କର ଜନସାଧାରଣଙ୍କ ଉପରେ ଟିକସ ଅତ୍ୟାଚାର ଦିନକୁ ଦିନ ବଢିଚାଲିଛି। ଗୋଟିଏ ମାସରେ ସରକାର ରନ୍ଧନ ଗ୍ୟାସ ମୂଲ୍ୟରେ ୫୩ଟଙ୍କା ୫୦ ପଇସା ବୃଦ୍ଧି କରିଛନ୍ତି । ମଇ ୭ ତାରିଖ ଦିନ ସରକାର ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବଢାଇଥିଲା ବେଳେ ଆଜି ସିଲିଣ୍ଡର ପିଛା ଟ.୩.୫୦ ପଇସା ବଢାଇଛନ୍ତି ଓ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ପିଛା ୮ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସହରରେ ରନ୍ଧନଗ୍ୟାସ୍‌ର ସିଲିଣ୍ଡର ପିଛା ମୂଲ୍ୟ ୧୦୨୯ଟଙ୍କା ୫୦ ପଇସାରେ ଆସି ପହଞ୍ଚିଛି ।

Leave A Reply

Your email address will not be published.