ପୁଣି ଫେରିଛି ନାଇଟ କର୍ଫ୍ୟୁ
- ରାତ୍ରି 9ଟାରେ ରାତ୍ରି କାଳୀନ କର୍ଫ୍ୟୁ, ସ୍କୁଲ ବନ୍ଦ
- କଟକଣା ସମୟରେ ଅତ୍ୟାବଶକୀୟ ସୁବିଧା ପୂର୍ବପରି ଉପଲବ୍ଧ ରହିବ
- ଭୁବନେଶ୍ୱର//TATKAL ODISHA//
ପୁଣି ଫେରିଛି ନାଇଟ କର୍ଫ୍ୟୁ I ରାଜ୍ୟ ସରକାର ଜାରି କରିଛନ୍ତି ନୂଆ କୋଭିଡ ମାର୍ଗଦର୍ଶିକା I ଏଣିକି ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରେ ଲାଗୁ କରାଯିବ I ସହରାଞ୍ଚଳରେ ଲାଗୁ ହୋଇଛି I
ସ୍ୱତନ୍ତ୍ର ରିଲିଫ୍ କମିଶନର ପି କେ ଜେନା କଣ କହିଲେ ଦେଖନ୍ତୁ..
- ସକାଳ ୫ଟା ରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଦୋକାନ, ବଜାର, ହାଟ ଆଦି ଖୋଲା ରହିବ ।
- ହୋଟେଲ-ବାର- ଢାବା ପାଇଁ ରାତି ୯ ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ନିର୍ଦ୍ଦେଶ I ୫୦ ପ୍ରତିଶତ ସିଟରେ ବସି ପାରିବେ ଗ୍ରାହକ ।
- ଦୋକାନ-ମଲ ଆଦି ମାଲିକମାନେ ଏହି ସମୟରେ କୋଭିଡ ଗାଇଡଲାଇନ ପାଳନ କରି ଖୋଲି ପାରିବେ । ଯଦି ଏଥିରେ ଖିଲାପ ସୃଷ୍ଟି ହୁଏ ତେବେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
- ରାସ୍ତା କଡ଼ରେ ବସୁଥିବା ଉଠା ଦୋକାନୀ ମଧ୍ୟ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ବ୍ୟବସାୟ କରିବେ । ଦୂରତା ୬ ଫୁଟ ରହିବଯାତ୍ରା ପାଇଁ ସରକାର ଦୁଇ ହଜାର ଦର୍ଶକ ଅନୁମତି ଦେଇଥିବାବେଳେ ବର୍ତ୍ତମାନ ତାହାକୁ ହ୍ରାସ ଘଟାଇ ଏକ ହଜାର ଲୋକରେ ରଖିଛନ୍ତି ।
- ଥିଏଟର ଓ ଫିଲ୍ମ ହଲ ମାନଙ୍କରେ ଏଥର ଦର୍ଶକ ଶତ ପ୍ରତିଶତ ବସି ପାରିବେ ନାହିଁ । ଅର୍ଥାତ ୫୦ ପ୍ରତିଶତ ଦର୍ଶକରେ ଖୋଲାଯିବ ।
- ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ କାର୍ଯ୍ୟକ୍ରମ ଓ ସଭା ସମିତି ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।
- ପୂଜା ପାର୍ବଣ ଥିବାବେଳେ ଉକ୍ତ ଅନୁଷ୍ଠାନରେ ପରମ୍ପରା ଅନୁଯାୟୀ କାର୍ଯ୍ୟକ୍ରମ କରାଯାଏ, ତେବେ ତାହାକୁ ସିମୀତ ସଂଖ୍ୟାର ଲୋକଙ୍କ ମଧ୍ୟରେ ଅନୁଷ୍ଠିତ କରିବାକୁ କୁହାଯାଇଛି ।
ଜାନୁଆରୀ ମାସରେ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ଜାରି ରହିବ । ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସରକାର ମିନି କ୍ଲାସ କରିବେ । ଅଭିଭାବକ ମାନଙ୍କ ପରାମର୍ଶ କ୍ରମେ ଏନେଇ କାର୍ଯ୍ୟକ୍ରମ କରାଯିବ ।
କଟକଣା ସମୟରେ ଅତ୍ୟାବଶକୀୟ ସୁବିଧା ପୂର୍ବପରି ଉପଲବ୍ଧ ରହିବ ।
=========================================