ପୁଣି ଗର୍ବର ବିଷୟ : ରୁଷିଆ ବାଲୁକା କଳା ଚାମ୍ପିଅନସିପରେ ସୁଦର୍ଶନ ପାଇଲେ ସ୍ୱର୍ଣ୍ଣ

0
  • ସୁଦର୍ଶନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ଓଡ଼ିଶା ପାଇଁ ଆଉ ଏକ ଗର୍ବ କଲା ଭଳି ଉପଲବ୍ଧି ହାସଲ କରିଛନ୍ତି ଓଡ଼ିଆ ପୁଅ ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ I ସେ ରୁଷିଆର ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
 ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିଭା ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଷ୍ଠା ଦେଇଥିବା ବେଳେ ସାରା ଓଡ଼ିଶାକୁ ଗର୍ବିତ କରିଛି । ସେ ଓଡ଼ିଶାର ଓ ସାରା ଦେଶର ଗର୍ବ ଓ ଗୌରବ । ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଜୟୀ ହୋଇ ସେ ବାଲୁକା କଳାରେ ନିଜର ପରାକାଷ୍ଠା ଦେଖାଇ ଚାଲିଛନ୍ତି । ଆଗାମୀ ଦିନରେ ସେ ଆହୁରି ପ୍ରତିଷ୍ଠା ହାସଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.