ପୁଣି କୋଭିଡ କଟକଣା : ଜିରୋ ନାଇଟ୍ ସେଲିବ୍ରେସନ୍ ମନା

0

  • ବାହାଘର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା 

ଭୁବନେଶ୍ୱର//TATKAL ODISHA//

କରୋନା କଟକଣା ପୁଣି ଲାଗୁ ହୋଇଛି I ରାଜ୍ୟ ସରକାର ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି I ଡିସେମ୍ବର ୩୧ ଓ ନୂଆବର୍ଷ ୧ ତାରିଖ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ନାଇଟ କଫ୍ୟୁ ଲାଗୁ ହେବ I 

ମାର୍ଗଦର୍ଶିକା
  • ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟରେ ସମସ୍ତ ଜିଲ୍ଲା-ମହକୁମାରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା
  • ବଣଭୋଜି ଓ ଗୋଷ୍ଠି ଭୋଜିକୁ ବାରଣ କରାଯାଇଛି । 
  • ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ । ବର, ବରଯାତ୍ରୀ, ଲାଇଟ ଓ ସାଉଣ୍ଡ ମ୍ୟାନ୍, ବନ୍ଧୁ ବାନ୍ଧବ, ବ୍ୟାଣ୍ଡ ପାର୍ଟି, ପଣ୍ଡିତଙ୍କୁ ମିଶାଇ ମୋଟ ୫୦ ଜଣ ବାହାଘର ଶୋଭାଯାତ୍ରାରେ ଯାଇପାରିବେ । ଏହି ୫୦ ଜଣ ମଧ୍ୟ ଗାଇଡଲାଇନ ଅନୁଯାୟୀ ନିର୍ଦ୍ଧାରିତ ୨୫୦ ଜଣଙ୍କ ମଧ୍ୟରେ ରହିବେ
  • ବାହାଘର ଶୋଭାଯାତ୍ରା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବାକୁ ପଡିବ ।
  • ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇଛି । ଏହି ଟିମ ସହରସାରା ପଇଁନ୍ତରା ମାରିବେ । କୌଣସି ଜାଗାରେ ନିୟମ ଉଲଂଘନ କରାଯାଉଥିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।

Leave A Reply

Your email address will not be published.