ପୁଣି ଘୋଟଲା ? ବେଞ୍ଚ ମାର୍କ ଠାରୁ କମ ମୂଲ୍ୟରେ କିଣା ଯାଇଛି 4.55 ଏକର ମୂଲ୍ୟବାନ ଜମି??

0
  • ବଦଳିଛି ଜମିର କିସମ, ହୋଇଛି ଘରବାଡି!
  • ନିର୍ମାଣ ହୋଇଛି ରାତାରାତି 100 ଫୁଟିଆ ରାସ୍ତା!

ଭୁବନେଶ୍ୱର//TATKAL ODISHA//

ଓଡ଼ିଆ IAS ବାବୁଙ୍କ ଚନ୍ଦକା ଭଗବତୀପୁର ଜମି କେଳେଙ୍କାରୀ ମାମଲାରେ ଆଉ ଏକ ନୂଆ କଳାକାରନାମା ଫର୍ଦ ଯୋଡ଼ି ହୋଇ ଯାଇଛି I  ଭଗବତୀପୁର ଲୋକେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି I

କେତେଦୂର ତାହା ସତ ତଦନ୍ତ ସାପେକ୍ଷ  …

ଆଠଟି ବଡ଼ ଓ ମାରାତ୍ମକ ଅଭିଯୋଗ ହୋଇଛି..

  • – ସମ୍ପୃକ୍ତ IAS ବାବୁ କେମିତି  ନିଜ ପଦବୀର ଅବବ୍ୟବହାର କରି ନିଜ ପତ୍ନୀଙ୍କ ନାଁରେ ଗୋଟିଏ ସ୍ଥାନରେ 4.55 ଏକର ମୂଲ୍ୟବାନ ସମ୍ପତ୍ତି ହାତେଇଛନ୍ତି ତା’ ଉପରେ ସରକାରୀ ସ୍ତରରେ ତର୍ଜମା ହେବା ଜରୁରୀ I
  • – ଓଡ଼ିଶା ସରକାରଙ୍କ ବେଞ୍ଚ ମାର୍କ ମୂଲ୍ୟ 2022ରେ ସମ୍ପୃକ୍ତ ପ୍ଲଟ (339)ର ପ୍ରତି ଡେସିମିଲି ଜମିର ମୂଲ୍ୟ 21,420/- ରହିଛି I ତଦନୁସାରେ ବାବୁଙ୍କୁ ଷ୍ଟାମ୍ପ ଡ୍ୟୁଟି 5%- 48,73,059/- ଟଙ୍କା ଏବଂ  କୋର୍ଟ ଫି 1%- 9,74,610/- ଟଙ୍କା ମିଶି 10 କୋଟି 33 ଲକ୍ଷ 8,660/- ଟଙ୍କା ଦେବା କଥା I ହେଲେ ସର୍ବ ମୋଟରେ ଦିଆଯାଇଛି 2.90 କୋଟି I ଏତେ ଟଙ୍କା ପତ୍ନୀ ଆଣିଲେ କେଉଁଠୁ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ରଚିଛି ବୋଲି ଗାଁ ଲୋକେ କହୁଛନ୍ତି I 
  • – ରାଜଧାନୀରେ ପ୍ରମୁଖ ଇଲାକାରେ ଭଲ ରାସ୍ତା ହୋଇ ପାରୁ ନ ଥିବାବେଳେ ବାବୁଙ୍କ ଭଗବତୀପୁର ପ୍ଲଟ ସଂଲଗ୍ନ 100 ଫୁଟ ଉସାରର କଂକ୍ରିଟ/ପିଚୁ ରୋଡ ଯାଇଛି I 
  • – ଚାପରେ ଚେପା ହୋଇ ଶକ୍ତି ବିଭାଗ ଅଧିନସ୍ଥ କମ୍ପାନୀ  ବଡ଼ ବଡ଼ ବିଦ୍ୟୁତ ଟାୱାର ପ୍ଲଟ ମଝିରୁ ଉଠିଛି I 
  • – ସରକାରୀ ତହବିଲରୁ ଅଯଥା ଲକ୍ଷାଧିକ ଅର୍ଥ ବ୍ୟୟ କରି ନିଜ ଫାଇଦା ପାଇଁ  ‘ଅଣ୍ଡର  ଗ୍ରାଉଣ୍ଡ  କେବୁଲ’ ବିଛା ଯାଇଛି I 
  • – ପ୍ଲଟର କିସମ ପ୍ରଥମେ ‘ଛୋଟ ଜଙ୍ଗଲ’ ଥିଲା, ତାହା ପରିବର୍ତ୍ତନ ହୋଇ ‘ଶାରଦ-ଦୁଇ’ ଏବଂ ପରେ ‘ଘରବାଡ଼ି’ ଜମିରେ ରୂପାନ୍ତରିତ ହୋଇଥିବା କୁହାଯାଉଛି I ଲୋକଙ୍କ କଥା ସତ କି ମିଛ ତନଖି ହେବା ଦରକାର I
  • – ପ୍ଲଟ ଉପରେ ଏବେ 19,800 ବର୍ଗ ଫୁଟର ଏକ ବଡ଼ ନିର୍ମାଣ ଚାଲିଛି I ତାହା କେଉଁଥି ପାଇଁ ହେଉଛି ଲୋକେ ଜାଣି ପାରି ନାହାନ୍ତି I 
  • ଦଖଲ ସତ୍ତ୍ୱ ଶୂନ୍ୟ ଜମି ପରେ ସ୍ଥିତିବାନ ସତ୍ୱ ଜମି ହୋଇଛି I

    ଭାରତୀୟ ପ୍ରଶାସନିକ ସେବା ଆଇନର ଖୋଲା ଉଲ୍ଲଘଂନ କରି ରାଜଧାନୀରେ ଦୁଇଟି ସ୍ଥାନରେ ଏମିତି ଏକର ଏକର ଦୁର୍ମୁଲ୍ୟ ଜମି ଅକ୍ତିଆର କରିବା ସହ ସରକାରୀ ଜମି ବି ମାଡ଼ି ବସିଥିବା ଅଭିଯୋଗ ହେବା କିଛି କମ ବଡ଼ କଥା ନୁହେଁ I 

“ସରକାର ବଦଳିଲା ପରେ ପ୍ରଶାସନିକ ସ୍ତରରେ ବ୍ୟାପକ ପରିବର୍ତ୍ତନ ହୋଇଥାଏ..ତାହା ସ୍ୱାଭାବିଜ ପ୍ରକ୍ରିୟା.. ତେଣୁ ନୂଆ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ.. ଦୁର୍ନୀତିଖୋର ପ୍ରଶାସକଙ୍କ ଠାରୁ ନିଶ୍ଚିତ ଭାବେ ଦୁରେଇ ରହିବେ”…- ବିଶେଷଜ୍ଞ

   TATKAL ODISHAକୁ ପୂର୍ବରୁ  ଏମିତି ଅଭିଯୋଗ ଆଧାରରେ ଦୁଇଟି ଅନୁସନ୍ଧାନ ରିପୋର୍ଟ ପ୍ରକାଶ କରିଛି I ତାହା ଓଡ଼ିଶା ସମେତ ସର୍ବ ଭାରତୀୟ ସ୍ତରରେ ହଇଚଇ ହୋଇଛି I ହସ୍ତଗତ ଚାଞ୍ଚଲ୍ୟକର ତଥ୍ୟ (ନଥି) ଅନୁସାରେ ସେଇ ଜମି ଦୁଇ ପର୍ଯ୍ୟାୟରେ ଶାଗ ମାଛ ମୂଲ୍ୟରେ କିଣାଯାଇଛି I ବେସରକାରୀ ଭାବେ କିଣା ଯାଇଥିଲେ ହେଁ ସରକାରଙ୍କୁ ବିଧିବଦ୍ଧ ଜଣାଇବା ଜରୁରୀ I କେଉଁ ସୂତ୍ରରୁ ଏତେ ଅର୍ଥ ଆସିଲା ପ୍ରପାର୍ଟି ଲିଷ୍ଟରେ ତାହା ମଧ୍ୟ ଜଣାଇଵା ନିୟମ ରହିଛି I ହେଲେ ଟଙ୍କାର ଆଧାର ଜଣା ଯାଇ ନାହିଁ ବୋଲି କେତେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି I

କେଉଁଠି ପ୍ଲଟ?

ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ତହସିଲ ଅନ୍ତର୍ଗତ ଚନ୍ଦକା ଅଂଚଳର ଭଗବତୀପୁର ମୌଜାରେ ପ୍ରଥମ 4.0 ଏକର ପ୍ଲଟଟିକୁ ସମ୍ପୃକ୍ତ ‘ବଡ଼ ବାବୁ’ 2022ରେ ନିଜ ପତ୍ନୀଙ୍କ ନାମରେ କିଣିଛନ୍ତି I  ଏହାର ଖାତା ନଂ -584/1 ଥିବାବେଳେ ପ୍ଲଟ ନଂ – 339/976/1122 ବୋଲି ଜଣାପଡ଼ିଥିବା ବେଳେ ଦ୍ଵିତୀୟ ପ୍ଲଟଟି ମଧ୍ୟ 2022ରେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ତହସିଲ ଅନ୍ତର୍ଗତ ଚନ୍ଦକା ଅଂଚଳର ଭଗବତୀପୁର ମୌଜାରେ କିଣା ଯାଇଛି I ଜମିର ପରିମାଣ 0.55 ଏକର ରହିଛି I ଏହାର ଖାତା ନଂ 574 ଥିବାବେଳେ ପ୍ଲଟ ନଂ 339/976/2619 ବୋଲି ଜଣାପଡ଼ିଛି I ତେବେ ଦୁଇ ପର୍ଯ୍ୟାୟରେ କିଣା ଯାଇଥିବା 4. 55 ଏକର ଜମି କାଗଜରେ ଗୋଟିଏ ସରକାରୀ କ୍ୱାଟର ଠିକଣା ରହିଛି I

ବାବୁଙ୍କ କାହିଁକି ଏଇ କରସାଦି?

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ସମ୍ପୃକ୍ତ ଜମି କେଳେଙ୍କାରୀ ଅଧିକାରୀ ଏବେ ନିଜ ଚାକିରୀର EXTENTION ପାଇଁ ଭାରି ବ୍ୟସ୍ତ ଥିବା ଚର୍ଚ୍ଚା ହେଉଛି I ନୂଆ ସରକାରଙ୍କୁ ‘ଗୁମରା’ କରିବାକୁ ଚେଷ୍ଟା କରିବା ସହ ସେ ଜଣେ ସଚ୍ଚୋଟ ଅଧିକାରୀ ବୋଲି ପ୍ରତିପାଦିତ କରିଥିବା କୁହାଯାଉଛି I ମାତ୍ର ସଫଳ ହେଲା ଭଳି ମନେ ହେଉନି ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି I

 ଯଦି ଜମି କିଣିବା କଥା ସତ ତାହାଲେ ନିଶ୍ଚିତ ଭାବେ ସାଙ୍ଘାତିକ I ସରକାର ଏହା ଉପରେ  ତଦନ୍ତ କରି ଦଲିଲ ରଦ୍ଦ କରିବା ଉଚିତ ବୋଲି ସଚେତକ ମହଲରେ ଦାବି ହୋଇଛି I

ଦେଖନ୍ତୁ TATKAL ODISHA ପୂର୍ବରୁ କଣ ରିପୋର୍ଟ କରିଥିଲା..

// TATKAL INVESTIGATION//
EXCLUSIVE 2

IAS ବାବୁଙ୍କ ଜମି କେଲେଙ୍କାରୀ? ଫିଟୁଛି ଗୁମର??

Leave A Reply

Your email address will not be published.