ପିଏମଓରେ ଓଡ଼ିଆଙ୍କ ବଢ଼ୁଛି ଗୁରୁତ୍ୱ

0
  • ଶୁଭଶିଷ ପଣ୍ଡା, ରଘୁ ଜୀଙ୍କୁ ନୂଆ ନିଯୁକ୍ତି
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଵା ପିଏମଓରେ ଓଡ଼ିଆ ତଥା ଓଡ଼ିଶା କ୍ୟାଡର ଆଇଏଏସଙ୍କ ଗୁରୁତ୍ୱ ବଢ଼ିଛି I

ଓଡ଼ିଆ ପୁଅ ପିକେ ମିଶ୍ର ଦୀର୍ଘ ଦିନରୁ ପିଏମଓରେ ପ୍ରଶାସନିକ ମୁଖ୍ୟ ଭାବରେ କାର୍ଯ୍ୟକରି ବେଶ ସଫଳ ହୋଇଛନ୍ତି I

ପୁଣି ଏବେ ଆଉ ଜଣେ ଓଡ଼ିଆ ଅଧିକାରୀ ଶୁଭାଶିଷ ପଣ୍ଡାଙ୍କୁ ପିଏମଓରେ ନୂଆ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି ।ସେ ହିମାଚଳ ପ୍ରଦେଶ କ୍ୟାଡରର ୧୯୯୭ ବ୍ୟାଚର ଆଇଏଏସ୍ I ଏବେ ଡିଡିଏର ଉପାଧ୍ୟକ୍ଷ ଭାବେ କାର୍ଯ୍ୟରତ ।

ଆଉ ଜଣେ ଓଡିଶା କ୍ୟାଡରର ଆଇଏଏସଙ୍କୁ ବି ପିଏମଓରେ ନିଯୁକ୍ତି ମିଳିଛି I ସେ ହେଉଛନ୍ତି ରଘୁ ଜୀ। ସେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟରେ କାର୍ଯ୍ୟରତ ଅଛନ୍ତି I

ଜଣେ ସଚ୍ଚୋଟ ଅଧିକାରୀ ଭାବେ ତାଙ୍କର ବେଶ ସୁନାମ ରହିଛି I

 

Leave A Reply

Your email address will not be published.