ପିଏମଏୱାଇ : ସବୁ ପଞ୍ଚାୟତ ଅଫିସରେ ହିତାଧିକାରୀଙ୍କ ଲାଗିବ ତାଲିକା
- ଭୁବନେଶ୍ୱର//TATKAL ODISHA//
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନ ପାଇଁ ସବୁ ପଞ୍ଚାୟତ ଅଫିସରେ ହିତାଧିକାରୀଙ୍କ ତାଲିକା ଲାଗିବ I ଏନେଇ ୧୬ରୁ ୨୪ ପର୍ଯ୍ୟନ୍ତ ଅଭିଯୋଗ ଦାଖଲ ସମୟସୀମା ରହିବ I
ରାଜ୍ୟ ପଞ୍ଚାୟତିରାଜ ବିଭାଗରେ ପ୍ରମୁଖ ସଚିବ ସୁଶିଲ କୁମାର ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି I
ଶ୍ରୀ ଲୋହାନୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନ ସ୍ୱଚ୍ଛତା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱଦେଇଛନ୍ତି I ସୋମବାର ଠାରୁ ସବୁ ପଞ୍ଚାୟତ ଅଫିସରେ ହିତାଧିକାରୀଙ୍କ ତାଲିକା ଲାଗିବ I ୧୬ରୁ ୨୪ ପର୍ଯ୍ୟନ୍ତ ଅଭିଯୋଗ ଦାଖଲ ନେଇ ସମୟସୀମା ରହିବ I
ଶ୍ରୀ ଲୋହାନୀ କହିଛନ୍ତି ଯେ, ଅଭିଯୋଗ ଦାଖଲ ପାଇଁ ଅଭିଯୋଗ ବାକ୍ସ ରଖାଯିବ I ନିର୍ଦ୍ଦିଷ୍ଟ ପୋଟାଲରେ ମୋବାଇଲ ଓଟିପି ଜରିଆରେ ଅଭିଯୋଗ କରିହେବ I ଏହାପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇ କାର୍ଯ୍ୟାଦେଶ ଦିଆଯିବ I