ପିଏନବି ପୋଖରୀପୁଟ ଶାଖାରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

0

  • ପ୍ରତିଷ୍ଠା ଦିବସ ଅବସରରେ ପିଏନ୍‌ବି ପୋଖରୀପୁଟ ଶାଖାରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ
  • ଭୁବନେଶ୍ୱର,//TATKAL ODISHA//

ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ୧୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଖଣ୍ଡଗିରିଛକ ନିକଟବର୍ତୀ ଧର୍ମବିହାର ସ୍ଥିତ ପୋଖରୀପୁଟ ଶାଖାରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି ।


ଏହି ଶିବିରକୁ ପିଏନ୍‌ବି ଭୁବନେଶ୍ୱର ଜୋନ୍‌ର ଜୋନାଲ୍ ହେଡ୍ ସଞ୍ଜିବ ଶ୍ରୀବାସ୍ତବ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଡେପୁଟି ଜୋନାଲ୍ ହେଡ୍ ଜନ୍ମେଜୟ ଦୀକ୍ଷିତ, ସର୍କଲ୍ ହେଡ୍ (ଭୁବନେଶ୍ୱର ସର୍କଲ୍‌) ପରେଶ ଦାସ, ଡେପୁଟି ସର୍କଲ୍ ହେଡ୍ ଉମାକାନ୍ତ ଦାସ, କଷ୍ଟମର ଆକ୍ୟୁଜେସନ୍ ସେଂଟର୍‌ର ମୁଖ୍ୟ ଆଲୋକ ବିଶ୍ୱାସ ଓ ପୋଖରୀପୁଟ ଶାଖାର ମୁଖ୍ୟ ସୌମିତ୍ରୀ ପତି ପ୍ରମୁଖ ଉପସ୍ଥିତ ଥିଲେ ।


ଅନ୍ୟମାନଙ୍କ ମଧ୍ୟରେ ଅଲ୍ ଇଣ୍ଡିଆ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ଅଫିସର୍ସ ସଂଘ (ଭୁବନେଶ୍ୱର ସର୍କଲ୍‌)ର ସାଧାରଣ ସମ୍ପାଦକ ବାଇଲୋଚନ ସାହୁ ଓ ସଭାପତି ଶ ଅରବିନ୍ଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।


ଆମ୍ରି ହସ୍ପିଟାଲ୍‌ର ମେଡିସିନ୍ ବିଭାଗର ଡାକ୍ତର ସମ୍ବିତ୍ ଦାସ ଓ ତାଙ୍କ ଟିମ୍ ବ୍ୟାଙ୍କର ବରିଷ୍ଠ କର୍ମକର୍ତା, କର୍ମଚାରୀ ଓ ବ୍ୟାଙ୍କକୁ ଆସୁଥିବା ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟଜନିତ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.