ପାରାଦୀପ ଇଣ୍ଡିଆନ ଅଏଲ ରିଫାଇନାରୀରେ ଋଷ କରିବ ବ୍ୟାପକ ପୁଞ୍ଜିନିବେଶ

0

ନୂଆଦିଲ୍ଲୀ //TATKAL ODISHA//

  • ଋଷ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ: ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସର ମିଳିଲା ସୁଫଳ
ରୁଷ ରାଷ୍ଟ୍ରପତି ପୁଟିନ ଓ ଭାରତ ପ୍ରଧାନମନ୍ତ୍ରୀ ମୋଦୀ

• 21ତମ ଭାରତ – ଋଷ ବାର୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 28ଟି ଚୁକ୍ତି ଏବଂ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି ।

• ଏହି ମଧ୍ୟରେ ପାରାଦୀପ ସ୍ଥିତ ଇଣ୍ଡିଆନ ଅଏଲ ବିଶୋଧନାଗାରରେ ସମ୍ଭାବ୍ୟ ବ୍ୟାପକ ପୁଞ୍ଜିନିବେଶ ନେଇ ମଧ୍ୟ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ସୂଚନା ମିଳିଛି ।

• ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ, ଗ୍ୟାସ ଏବଂ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କାରଣରୁ ଏହା ସମ୍ଭବ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତାଙ୍କର ‘ପୂର୍ବୋଦୟ ମିଶନ’ର ସ୍ୱପ୍ନକୁ ସାକାର କରିବାର ପରିଶ୍ରମ ସାର୍ଥକ ହୋଇଛି ।

• ସେପ୍ଟେମ୍ବର 2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ଲାଡ଼ିଭୋଷ୍ଟାକ୍ ଗସ୍ତ ପରେ ଜାରୀ ହୋଇଥିବା ଦ୍ୱିପାକ୍ଷିକ ବିବୃତ୍ତିରେ ବିଗତ 2 ବର୍ଷରେ ତୈଳ ଓ ଇସ୍ପାତ୍ କ୍ଷେତ୍ରରେ ମିଳିଥିବା ଉପଲବ୍ଧି ବିଷୟରେ ଉଲ୍ଲେଖ ରହିଥିଲା ।

• ତତ୍କାଳୀନ ପେଟ୍ରୋଲିୟମ ଓ ଗ୍ୟାସ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 2019 ଅଗଷ୍ଟ ଓ ଅକ୍ଟୋବର ମାସରେ ମସ୍କୋ ଏବଂ ଭ୍ଲାଡ଼ିଭୋଷ୍ଟାକ୍ ଗସ୍ତ କରି ତୈଳ ଓ ଉସ୍ପାତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ୍ କରିବା ପାଇଁ କାର୍ଯ୍ୟ କରିଥିଲେ । ଏହି ପୃଷ୍ଠଭୂମିରେ ଭାରତୀୟ ଇସ୍ପାତ୍ କ୍ଷେତ୍ର ପାଇଁ ଋଷରୁ କୋକିଂ କୋଲ୍ ଆମଦାନୀ, ମୋସ୍କୋ ଠାରେ ଭାରତ ଏନର୍ଜି ଅଫିସ ସ୍ଥାପନ ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।

• ଗତକାଲି ନୂଆଦିଲ୍ଲୀ ଠାରେ ହୋଇଥିବା ଭାରତ – ଋଷ ବାର୍ଷିକ ସମ୍ମିଳନୀରୁ ଜଣାପଡ଼ିଛି ଯେ ଓଡ଼ିଶାର ପାରାଦୀପ ଠାରେ ଡାଉନଷ୍ଟ୍ରିମ୍ ୟୁନିଟ୍ ସହିତ ଏକ ଡୁଆଲ୍ ଫିଡ୍ କ୍ରାକର୍ ୟୁନିଟ୍ (DFCU) ସ୍ଥାପନା ହେବାର ସମ୍ଭାବନାକୁ ଅନ୍ୱେଷଣ କରିବା ପାଇଁ ଇଣ୍ଡିଆନ ଅଏଲ ଏବଂ ଋଷର ପେଟ୍ରୋକେମିକାଲ କମ୍ପାନୀ ସିବୁର୍ ମଧ୍ୟରେ ଷ୍ଟେଟମେଣ୍ଟ ଅଫ୍ ଇଣ୍ଟେଣ୍ଟ୍ ଅଫ୍ କୋଲାବୋରେସନ ସ୍ୱାକ୍ଷରିତ ହୋଇଛି ।

• ଏହି ପଦକ୍ଷେପ ଦ୍ୱାରା ପାରାଦୀପରେ ଋଷର ହଜାର ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ପଥ ପରିଷ୍କାର ହୋଇଛି । ଏହି ପ୍ରକଳ୍ପ ପାଇଁ ଆଲୋଚନା ଚଳିତ ବର୍ଷ ଜାନୁଆରୀରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଅଗ୍ରଗତି ପରିଲିକ୍ଷିତ ହୋଇଛି ।

• ସେହିପରି ତୈଳ, ଗ୍ୟାସ ଏବଂ ଇସ୍ପାତ୍ କ୍ଷେତ୍ରରେ ଅନ୍ୟାନ୍ୟ 6ଟି ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶକ୍ତି ଯୋଗାଣର ବିବିଧକରଣ ନୀତି ଆଧାରରେ ଇଣ୍ଡିଆନ ଅଏଲ ଋଷ ଠାରୁ ଅଶୋଧିତ ତୈଳ ଆମଦାନୀ ଜାରୀ ରଖିବ ।

• ଅନୁରୂପ ଭାବରେ ଇସ୍ପାତ୍ କ୍ଷେତ୍ରରେ ଋଷ ସ୍ଥିତ ବିଶ୍ୱର ଅଗ୍ରଣୀ କମ୍ପାନୀ ଆଇ.ପି ବାର୍ଡେନ ଅନୁଷ୍ଠାନ ସହ ସେଲ୍, ଜେଏସପିଏଲ ଏବଂ ଜେଏସଡବ୍ଲୁ ମେଟାଲୋଜି ଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଭାବେ ସହଯୋଗୀ ହେବେ । ଏହାବ୍ୟତିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏକାଧିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି ।

• ଋଷ ରାଷ୍ଟ୍ରପତି ପୁଟିନଙ୍କ ଗୁରୁତ୍ୱପୂର୍ଣ୍ଣ ଭାରତ ଗସ୍ତରେ ଏକାଧିକ ଚୁକ୍ତି ଏବଂ ବୁଝାମଣା ପତ୍ର ସ୍ୱାକ୍ଷର ଏବଂ ଯୁଗ୍ମ ବିବୃତ୍ତିରେ ଉଲ୍ଲେଖ ହୋଇଥିବା ତଥ୍ୟରୁ ସ୍ପଷ୍ଟ ଯେ ବିଗତ ବର୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିଶ୍ରମର ପ୍ରତିଫଳନ ।

• ଉଲ୍ଲେଖଯୋଗ୍ୟ, କୋଭିଡ୍ ମହାମାରୀ ପରେ ଋଷ ରାଷ୍ଟ୍ରପତିଙ୍କ ଏହା ଦ୍ୱିତୀୟ ବୈଦେଶିକ ଗସ୍ତ । ଚଳିତବର୍ଷ ଜୁନ ମାସରେ ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିବା ପାଇଁ ଜେନିଭା ଯିବା ଥିଲା ତାଙ୍କର ପ୍ରଥମ ଗସ୍ତ । ଭାରତ ଏବଂ ଋଷ ମଧ୍ୟରେ ବିଗତ ଦିନ ମାନଙ୍କରୁ ସମ୍ପର୍କ ନିବିଡ଼ ରହିଆସିଛି ।

• ଋଷ 1960 ଏବଂ 1970 ଦଶରେ ଭାରତର ଶିଳ୍ପାୟନ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିଛି । ବିଶେଷ ଭାବରେ ତୈଳ ଓ ଗ୍ୟାସ, ଇସ୍ପାତ୍ ,ଶକ୍ତି, ନ୍ୟକ୍ଲିୟର, ପ୍ରତିରକ୍ଷା ଏବଂ ଆଣବିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି ।

Leave A Reply

Your email address will not be published.