ପାରମିତା ଶତପଥୀ ହେଲେ ନୂଆ ମୁଖ୍ୟ ଆୟକର କମିଶନର

0

ଭୁବନେଶ୍ୱର //TATKAL ODISHA//

ଓଡ଼ିଶାର ନୂତନ ପ୍ରଧାନ ମୁଖ୍ୟ ଆୟକର କମିଶନର ପଦ ଗ୍ରହଣ କରିଛନ୍ତି ସୁନାମଧନ୍ୟା ସୁଲେଖିକା, ଔପନ୍ୟାସିକା ତଥା ଭାରତୀୟ ରାଜସ୍ବ ସେବା ଅଧିକାରୀ ପାରମିତା ଶତପଥୀ ତ୍ରିପାଠୀ ।

ଏପ୍ରିଲ ୧୬ ବୁଧବାରରେ ସେ ଏହି ଗୁରୁ ଦାୟିତ୍ବ ଗ୍ରହଣ କରିଛନ୍ତି ।

ପାରମିତା ଶତପଥୀ ତ୍ରିପାଠୀ ହେଉଛନ୍ତି 1989 ବ୍ୟାଚର ଭାରତୀୟ ରାଜସ୍ବ ସେବାର ଅଧିକାରୀ ।

ପୂର୍ବରୁ ସେ ଓଡ଼ିଶାରର ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିବା ସହ ୬ ବର୍ଷ ଧରି ଓଡ଼ିଶା ପାୱାର ଜେନରେସନ କର୍ପୋରେସନ ଲିମିଟେଡ (ଓପିଜିସି)ର ଡାଇରେକ୍ଟର ଅଫ ଫାଇନାନ୍ସ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ I

“ରାଜ୍ୟରେ କରଦାତାଙ୍କ ସୁବିଧାକୁ ଗୁରୁତ୍ବ ଦେବି : ପାରମିତା”

ଶ୍ରୀମତୀ ଶତପଥୀଙ୍କ ଓଡ଼ିଶା ତଥା ସାରା ଦେଶରେ ସ୍ୱତନ୍ତ୍ର ନାଁ ରହିଛି I ୨୦୦୬ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବେଳେ ୨୦୧୬ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୨୧ରେ ଶାରଳା ପୁରସ୍କାର ସମେତ ବହୁ ଅନୁଷ୍ଠାନ ଦ୍ବାରା ପୁରସ୍କୃତ ହୋଇଛନ୍ତି ।

ସେ ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟରେ କରଦାତାଙ୍କ ସୁବିଧାକୁ ଗୁରୁତ୍ବ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.