ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାର?
ନୂଆଦିଲ୍ଲୀ //TATKAL ODISHA//
ଭାରତର ଭୟଙ୍କର ମିଜାଇଲ ଆକ୍ରମଣ କରୁଥିବାବେଳେ କୁଆଡ଼େ ଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ? ବଙ୍କରରେ ନା ବିଦେଶକୁ ହୋଇଗଲେ ପାର??
- ପ୍ରକାଶିତ ଏକ ରିପୋର୍ଟରେ ଶେହବାଜ ସରିଫ ଏକ ପ୍ରାଇଭେଟ ଜେଟରେ ବସି ଦେଶଛାଡ଼ି ପଳାଇଥିବା କୁହାଯାଉଛି। କେତେଦୂର ସତ ତାହା ସ୍ପଷ୍ଟ ହୋଇନାହିଁ I
- ଭାରତ ତାର ଆକ୍ରମଣ ଜାରି ରଖିଛି I ଗୁରୁବାର ରାତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଠାରୁ ପ୍ରାୟ କୋଡିଏ କିମି ଦୂରରେ ବଡ଼ ଧରଣର ମିଜାଇଲ ବିସ୍ଫୋରଣ ହୋଇଥିଲା I ଏଥି ସହ ଲାହୋର, ଇସଲାମବାଦ, ମୁଲତାନ, କରାଚି, ଲହୁଲପିଣ୍ଡି, କ୍ୱେଟାରେ ଥିବା ପାକ୍ ସେନା କ୍ୟାମ୍ପ୍ ଉପରେ ଆକ୍ରମଣ ଅବ୍ୟାହତ ରହିଛି । ସେହଭଳି ବେଲୁଚିସ୍ତାନରେ ବି ପାକ୍ ସେନା କ୍ୟାମ୍ପ୍ ଉପରେ ଆକ୍ରମଣ ହୋଇଛି I
ଏଥିପାଇଁ ପାକିସ୍ତାନର ଜରୁରୀକାଳୀନ ସାଇରନ୍ ବାଜିବାରେ ଲାଗିଛି ।

ଏଥିରେ ଭୟଭୀତ ହୋଇ ସରିଫ ପ୍ରଥମେ ବଙ୍କର ଭିତରେ ପରିବାର ସହ ଲୁଚି ଥିଲେ ବୋଲି କୁହାଯାଉଥିଲା I
ଅନ୍ପକ୍ଷରେ ଶୁକ୍ରବାର ଭୋର ସରିଫ କୁଆଡ଼େ ଗାଏବ ହୋଇଥିବା ଚର୍ଚ୍ଚା ଜୋର ଧରିଛି I ତେବେ ସରିଫଙ୍କ ସହ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଫୋନ ଯୋଗେ କଥା ହେବାବେଳେ ଆତଙ୍କବାଦୀଙ୍କୁ ସମର୍ଥନ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।ହେଲେ ସରିଫ କେଉଁଠି ଲୁଚି ଛନ୍ତି ତାହା ଜଣା ପଡ଼ିନାହିଁ I
ଦେଖନ୍ତୁ, TATKAL ODISHAର ପୂର୍ବ ରିପୋର୍ଟ…
// OPERATION SINDOOR//
ପାକିସ୍ତାନ ଉପରେ ଭାରତର ଭୟଙ୍କର ‘ମିଜାଇଲ’ ଆକ୍ରମଣ
https://tatkalodisha.in/?p=26709