ପାଇଖାନା ନିର୍ମାଣ ହୋଇନି, ଠିକାଦାର ଟଙ୍କା ନେଇ ପାର

0
  • ଥାନାରେ ଏତେଲା ସତ୍ୱେ ପୋଲିସ ମାଡ଼ିମକଚି ବସିଛି
  • ରାକେଟରେ ଜ଼ିଲ୍ଲା ପ୍ରଶାସନ ସମ୍ପୃକ୍ତି ଥିବା ଅଭିଯୋଗ
  • ନୟାଗଡ,//TATKAL ODISHA//

ବିପିଏଲ ପରିବାର ପାଇଁ ଆସିଥିବା ପାଇଖାନା ନିର୍ମାଣ ହୋଇନି, ଅଥଚ ସେ ବାବଦକୁ ଲକ୍ଷlଧିକ ଅର୍ଥ ଚଳୁକରି  ଠିକାଦାର ପାର ହୋଇଛି I ଏଭଳି କେଳଙ୍କାରୀ ହୋଇଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକରେ ପ୍ରାୟ ସବୁ ପଂଚାୟତରେ I ଆଳୁ ଖୋଳୁ ଖୋଳୁ ମହାଦେବ ଦର୍ଶନ ଭଳି ସମ୍ପୃକ୍ତ ଠିକାଦାରର ଗୋଟିଏ ପରେ ଗୋଟିଏ ଗୁମର ପଦାରେ ପଡ଼ି ହାଟରେ ଗଡ଼ଗଡ଼ ହେଉଥିଲାବେଳେ କୁଳାସର ପଞ୍ଚାୟତବାସୀ ତାର ସମ୍ପୂର୍ଣ ପର୍ଦାଫାଶ କରିଛନ୍ତି I ଏହି ସମ୍ବଦେନଶୀଳ ଘଟଣାକୁ କୁଳାସର ପଞ୍ଚାୟତବାସୀ  ରଣପୁର ଥାନାରେ ବହୁଦିନ ହେଲା  ଏତଲା କରିଥିଲେ ବି ପୋଲିସ ନୀରବତା ଘଟଣା ଉପରେ ମାଡ଼ି ମକଚି ବସିଛି I

ଦେଖନ୍ତୁ ଗତ 21 ଡିସେମ୍ବର 2021ର ରଣପୁର ଥାନାରେ ଦିଆଯାଇଥିବା ଏତଲାର ନକଲ : କାର୍ଯ୍ୟାନୁଷ୍ଠାନ ଶୂନ


  ଅନୁସନ୍ଧାନରୁ ଜଣାପଡିଛି ଯେ,  21 ଡିସେମ୍ବର 2021ରେ ରଣପୁର ଥାନାରେ 285/2021 ନମ୍ବରରେ ଏତେଲାଟି ଠିକାଦାର ପଦ୍ମଚରଣ ମହାନ୍ତି ଓ କନିଷ୍ଠ ଯନ୍ତ୍ରୀ ଶିରୀଶ ଚନ୍ଦ୍ର ଦାଶଙ୍କ ବିରୁଦ୍ଧରେ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ I ଏ ବାବଦରେରେ 30 ଅଗଷ୍ଟ 2022ରେ ଚିଠି ନମ୍ବର 116ରେ ନୟାଗଡ଼ ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଅଫିସରୁ ରଣପୁର ଥାନାକୁ ଏହି ପାଇଖାନା ଜାଲିଆତି ବିଷୟରେ ଚିଠିରେ  ସ୍ପଷ୍ଟ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ  କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ସାଧାରଣ ରେ ବଡ଼  ଆଲୋଡନ ସୁଷ୍ଟିକରିଛି I  
  ଆର ଡବ୍ଲୁଏସଏସ  ବିଭାଗର ମୁଖ୍ୟ ତଥା ନୟାଗଡ ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ ଓ ରଣପୁର ବ୍ଲକ ବିଭାଗୀୟ ଅଧିକାରୀ ଏବଂ ରଣପୁର ପୋଲିସର ମଧୁ ଚନ୍ଦ୍ରିକାରେ ଚାଲୁଥିବା ଘୋଟଲା ଯୋଗୁଁ ଜନସାଧାରଣ ମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି I ତେଣୁ ଏ ଘଟଣାର ଫୁଙ୍ଖାନୁପୁଙ୍ଖ  ତଦନ୍ତ ସହ  ସମ୍ପୃକ୍ତ  ଦୋଷୀମାନଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି I 

Leave A Reply

Your email address will not be published.