ପହେଲଗାମରେ ଧର୍ମ ପଚାରି ଆତଙ୍କବାଦୀ ହତ୍ୟା କରି ନ ଥିବେ : ସୁଲତାଙ୍କ ବିବାଦୀୟ ବୟାନ

0
  • ଭୁବନେଶ୍ୱର//TATKAL ODISHA//

“କୌଣସି ଆତଙ୍କବାଦୀ କେବେ ଧର୍ମ, ଜାତି ସହ ବନ୍ଧା ନୁହେଁ I ସେମାନେ ପଲହେଲଗାମରେ ଧର୍ମ ପଚାରି ହତ୍ୟା କରିଥିବା ମୁଁ ଭାବି ପାରୁନାହିଁ I”

ଜାମ୍ମୁ ଓ କାଶ୍ମୀରର ପହଲଗାମ୍‌ ଆତଙ୍କୀ ଆକ୍ରମଣ ପ୍ରସଙ୍ଗରେ ବିଜେଡି ସାଂସଦ ସୁଲତା ଦେଓଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି I

ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଯେତିକି ସମୟରେ ଲୋକ ମଲେ ସେତିକି ସମୟରେ ଧର୍ମ ପଚାରି ହେବନି I ଏହା କେବଳ ଅନୁମାନ ଲଗାଇ କୁହାଯାଇ ପାରିଥାଏ I ତେଣୁ ଧର୍ମ ସହ ଆତଙ୍କଙ୍କୁ ଯୋଡିବା ଭାବୁଛି ଠିକ ହେବ ନାହିଁ I

ଗତ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ସବୁଠାରୁ ବଡ଼ ଧରଣର ସନ୍ତ୍ର୍ରାସବାଦ ଆକ୍ରମଣ ହୋଇଥିବା ବିଦେଶୀ ପର୍ଯ୍ୟଟକଙ୍କ ସମେତ ୨୭ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଓଡ଼ିଶା ବାଲେଶ୍ୱର ଜିଲ୍ଲାର ରେମୁଣା ଇଶାନୀ ଗାଁର ଜଣେ ପର୍ଯ୍ୟଟକ ଅନ୍ତର୍ଭୁକ୍ତ। ତେବେ ପାକିସ୍ତାନ ସହଯୋଗରେ ଲସ୍କର ସହିତ ଜଡ଼ିତ ଆତଙ୍କବାଦୀମାନେ ଏହି କାଣ୍ଡ ଭିଆଇଥିବା ଗୁଇନ୍ଦା ବିଭାଗ ଜାଣିପାରିଛି।

Leave A Reply

Your email address will not be published.