ପଶ୍ଚିମା ବାୟୁ, ନିମ୍ନ ଚାପରେଖା ପ୍ରବେଶ,15 ଯାଏ ବର୍ଷିବ

0

  • ରାଜ୍ଯରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି
  • 15 ଯାଏ ସ୍ବଳ୍ପରୁ ମଧ୍ୟମ ବର୍ଷା

ଭୁବନେଶ୍ୱର,//TATKAL ODISHA//:

ବଙ୍ଗୋପସାଗର ମଧ୍ୟରୁ ପଶ୍ଚିମା ବାୟୁ  ଓ ନିମ୍ନ ଚାପରେଖା ଯୋଗୁ ପ୍ରବେଶ କରୁଥିବା ଜଳିୟବାଷ୍ପ କାରଣରୁ ଆସନ୍ତା 15 ତାରିଖ ପର୍ଯ୍ଯନ୍ତ ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ I ସାରା ରାଜ୍ଯ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି I

ବୁଧବାରଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ ଏବଂ କନ୍ଧମାଳ ଜିଲ୍ଲାରେ ସ୍ଥାନେ ସ୍ଥାନେ ଘଡଘଡି ସହ ବର୍ଷା ହୋଇପାରେ  ଗୁରୁବାର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ସମ୍ବଲପୁର ଜିଲ୍ଲାରେ ସ୍ଥାନେ ସ୍ଥାନେ ଘଡଘଡି କୂଆପଥର ବର୍ଷା ହେବାର ସମ୍ଭାବନା ରହିଛି I

ସେହିପରି 14 ତାରିଖ ଅର୍ଥାତ୍ ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ ଏବଂ କନ୍ଧମାଳ ଜିଲ୍ଲାରେ ସ୍ଥାନେସ୍ଥାନେ ଘଡଘଡି ସହ ବର୍ଷା ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ I

ଅନ୍ୟ ପକ୍ଷରେ ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ତଥା କୃଷି ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା 13 ଓ 14ରେ ରାଜ୍ଯରେ ଅନେକ ସ୍ଥାନରେ ଅଧିକ ବର୍ଷା ହେବ  15 ପର୍ଯ୍ଯନ୍ତ ସମୁଦାୟ ବର୍ଷା ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ଯନ୍ତରୀଣ ଅଞ୍ଚଳରେ ହାରିହାରି 40 ମିମି ଓ ସ୍ଥାନେସ୍ଥାନେ 50 ମିମିରୁ ଅଧିକ ବର୍ଷା ହୋଇପାରେ  ତେବେ 16 ରୁ 19 ତାରିଖ ପାଗ ଶୁଖତ୍ଲା ଓ ଖରାଟିଆ ରହିବ 12ରୁ 14 ମଧ୍ୟରେ ଦିନ ସମୟରେ ପାଗ କୋହଲା ରହିବ  20 କିମ୍ବା 21ରେ ପୁଣି ମେଘୁଆ ହେବାର ସମ୍ଭାବନା ରହିଛି  ଆଳୁ ଓ ଟମାଟୋ ଫସଲରେ ପତ୍ରପୋଡା ରୋଗର ସମ୍ଭାବନା ରହିଛି  ବର୍ଷା ଓ ଲକ୍ଷଣ ଦେଖା ପୂର୍ବରୁ ମେଙ୍କୋଜେବ ଔଷଧ ସିଞ୍ଚନ କରିବାକୁ ଚାଷୀକୁ ପରାମର୍ଶ ଦେଇଛନ୍ତି  ପନିପରିବା ଓ ଅଣଧାନ ଶଷ୍ଯ ଫସଲରୁ ଜଳ ନିଷ୍କାସନର ସୁବିଧା କରନ୍ତୁ ଏବଂ ଅମଳ କରିବାକୁ ସୁରକ୍ଷିତ ରଖିବାକୁ ହେବ ଶ୍ରୀ ପଶୁପାଳକ କହିଛନ୍ତି I

Leave A Reply

Your email address will not be published.