ପଶ୍ଚିମା ଝଡ଼ର ପ୍ରଭାବ: 24 ଘଣ୍ଟାରେ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

0
  • ଭୁବନେଶ୍ୱର,//TATKAL ODISHA//:

ପଶ୍ଚିମା ଝଡ଼ ପ୍ରଭାବରେ  ସାରା ରାଜ୍ୟ ପାଗ କୋହଲା ହୋଇଛି I ଆକାଶ ମେଘାଚ୍ଛନ୍ନ I ଆଗାମୀ ଛବିଶ ଘଣ୍ଟା ଭିତରେ ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ହାଲକା ବର୍ଷା ହେବ I ହେଲେ ପବନର ବେଗ ୪୦ରୁ ୫୦ କିମି ରହିବ। ଏଭଳି ପାଗ ୧୮ ତାରିଖ ଯାଏଁ ଲାଗି ରହିବ I ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ  ଜାରି କରାଯାଇଛି।

  ଭାରତୀୟ  ପାଣିପାଗ ବିଭାଗ(ଆଇଏମଡି) ଏହି ପୂର୍ବାନୁମାନ କରିଛି।  ଆଇଏମଡି କହିଛି ଯେ, ଗୁରୁବାର ଠାରୁ ପଶ୍ଚିମା ଝଡ଼ର ପ୍ରଭାବ ଅଧିକ ରହିବ ।

ଉତ୍ତର ଉପକୂଳ ରାଜ୍ୟରେ ଘଡଘଡି ବିଜୁଳି ସହିତ ବର୍ଷା ହେବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ମଙ୍ଗଳବାଠାରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହୋଇଥିବା ବେଳେ ନୟାଗଡ଼, କଳାହାଣ୍ଡି ସମେତ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ବୁଧବାର ରାଜ୍ୟର ଦାରିଙ୍ଗବାଡ଼ି, ଭବାନୀପାଟଣା ଓ ବାଲେଶ୍ୱର ଆଦିରେ ହାଲୁକା ବର୍ଷା ହୋଇଛି।

ତେବେ ଗୁରୁବାର ବର୍ଷାର ପ୍ରକୋପ ବୃଦ୍ଧି ପାଇବାକୁ ଥିବା ବେଳେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ ସହିତ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

Leave A Reply

Your email address will not be published.