ତତ୍କାଳ ଓଡିଶା ପରଲୋକରେ ପୂର୍ବତନ ମନ୍ତ୍ରୀ ଦୁର୍ୟୋଧନ ମାଝୀ By TATKAL Last updated Jan 11, 2022 0 Share ଭୁବନେଶ୍ୱର//TATKAL ODISHA// ପାଞ୍ଚ ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦୁର୍ଯୋଧନ ମାଝୀ ଆଉ ଇହ ଜଗତରେ ନାହାନ୍ତି I ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା ସ୍ବର୍ଗତ ମାଝୀ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭାରୁ ୫ ଥର ବିଧାୟକ ହୋଇଥିଲେ । ୧୯୯୦ ଏବଂ ୧୯୯୫ରେ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲା ବେଳେ ୨୦୦୦ ଏବଂ ୨୦୦୪ରେ ବିଜେଡ଼ି ଟିକେଟରେ ନିର୍ବାଚିତ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ଦ୍ୱିତୀୟ ପାଳି ସରକାରରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇ ଦିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ପରେ ସ୍ବର୍ଗତ ମାଝୀ ବିଜେଡି ଛାଡ଼ି ବିଜେପିରେ ମିଶି ୨୦୧୪ରେ ପଞ୍ଚମ ଥର ପାଇଁ ଖଡ଼ିଆଳ ଆସନରୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ଲଢ଼ିବା ପାଇଁ ବିଜେପି ତାଙ୍କୁ ଟିକେଟ ନ ଦେବାରୁ ସେ ଦଳ ଛାଡ଼ି ବିଜେଡ଼ିକୁ ଫେରି ଆସିଥିଲେ । ସ୍ବର୍ଗତ ମାଝୀଙ୍କ ବିୟୋଗ ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ଓଡ଼ିଶା ଜଣେ ଦକ୍ଷ, ସରଳ ଓ ଅମାୟିକ ରାଜନେତାଙ୍କୁ ହରାଇଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି I ଭୁୁବନେଶ୍ୱରରୁ ତାଙ୍କ ମରଶରୀର ଗାଁକୁ ନିଆଯାଇମଙ୍ଗଳବାର ସଂଧ୍ୟାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି । 0 Share FacebookWhatsAppTwitterGoogle+Email