ପରଲୋକରେ ପୂର୍ବତନ ବିଧାୟିକା,ରାଣୀ ରୋଶନୀ ସିଂଦେଓ

0

କଳାହାଣ୍ଡି, ଭୁବନେଶ୍ୱର//TATKAL ODISHA //

ପୂର୍ବତନ କୋକସରା ବିଧାୟିକା ରୋଶନି ସିଂଦେଓଙ୍କ ପରଲୋକ I ୮୨ ବର୍ଷ ବୟସରେ ଭୁବନେଶ୍ୱରସ୍ଥ ପୁତ୍ର ପୁଷ୍ପେନ୍ଦ୍ର ସିଂଦେଓଙ୍କ ବାସଭବନରେରେ ପରଲୋକ ହୋଇଛି I

ସ୍ବର୍ଗତ ରୋଶନି ସିଂଦେଓ ୧୯୯୫ ରୁ ୨୦୦୪ ପର୍ଯ୍ୟନ୍ତ ୨ ଥର ଲଗାତାର କୋକସରା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ରହିଥିଲେ।

ଜନତା ଦଳରୁ ୧୯୯୫ରୁ ୨୦୦୦ ଓ ବିଜୁ ଜନତା ଦଳ ରୁ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ବିଧାୟିକା ରହିଥିଲେ। ନିର୍ବାଚନ ମଣ୍ଡଳୀ ବିଭାଜନ ପରେ ତାଙ୍କ ସୁପୁତ୍ର ପୁଷ୍ପେନ୍ଦ୍ର ସିଂଦେଓ ବିଜୁ ଜନତା ଦଳ ରୁ ୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ଧର୍ମଗଡ ନିର୍ବାଚନ ମଣ୍ଡଳୀରୁ କ୍ରମାଗତ ବିଧାୟକ ରହିଥିଲେ।ବର୍ତ୍ତମାନ ସେ କଳାହାଣ୍ଡି ଜିଲ୍ଲା ବିଜେଡିର ସଭାପତି ରହିଛନ୍ତି।

ପୂର୍ବତନ ବିଧାୟିକା ରୋଶନି ସିଂଦେଓଙ୍କ ୮୨ ବର୍ଷ ବୟସରେ ଭୁବନେଶ୍ୱର ପୁଷ୍ପେନ୍ଦ୍ର ସିଂଦେଓଙ୍କ ବାସଭବନରେ ରେ ପରଲୋକ ହୋଇଛି।

ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମର ଶରୀର ଜୟପାଟଣା ଅଣାଯାଉଛି।

Leave A Reply

Your email address will not be published.