ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ? ସୁରେଶ ନା’ ମୁର୍ମୁ?

0

ଭୁବନେଶ୍ୱର//TATKAL ODISHA//

ସ୍ପଷ୍ଟ ବହୁମତ ପାଇସାରିଛି ବିଜେପି I ସରକାର ଗଠନ କରିବ I ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣାନୁସାରେ 10ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ I 

ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ? ସୁରେଶ ପୂଜାରୀ ନା’ ଗିରିଶ ମୁର୍ମୁ??

  ସରକାର ଗଠନ ପାଇଁ ୭୪ଟି ଆସନ ଦରକାର I ହେଲେ ବିଜେପି ୭୮ ଆସନରେ ବିଜୟଲାଭ କରିଛି। ତେଣୁ ବିଜେପି ଏକାକୀ ସରକାର ଗଢ଼ିବାରେ କିଛି  ସମସ୍ୟା ନାହିଁ I ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବଡ଼ ବଡ଼ ରାଷ୍ଟ୍ରୀୟ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ତେଣୁ ଶପଥ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି I କଳିଙ୍ଗ ଷ୍ଟାଡିୟମ୍ କିମ୍ବା ଜନତା ମଇଦାନରେ ତାହା ହେବ I ସାରା ରାଜ୍ୟ ତଥା ଦେଶରୁ ଶତାଧିକ ଅତିଥି ଯୋଗ ଦେବେ I 

“ଧାମନଗର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଏବଂ ଲୋଇସିଂହା ବିଧାୟକ ଡ଼ଃ ମୁକେଶ ମହାଲିଙ୍ଗ ମଧ୍ଯ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି”…

” ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିର୍ବାଚନ ହାରି ଯାଇଥିଲେ ହେଁ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇବେ”

   ସୂଚନାନୁସାରେ କୌଣସି ସାଂସଦ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହେଲା ଭଳି ମନେ ହେଉ ନାହିଁ I କାରଣ ଜାତୀୟ ସ୍ତରରେ ଏନଡିଏରେ ଆସନ କମ ଥିବାରୁ ପ୍ରଧାନମନ୍ତ୍ରୀ ରିସ୍କ ନେବେ ନାହିଁ I

ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ରରେ ମନ୍ତ୍ରୀ ଵା  କିଛି ବଡ଼ ବଡ଼ ପଦବୀରେ ରହିବେ I 

ତେଣୁ ଜିତିଥିବା ବିଧାୟକ ଵା ସମ୍ପୂର୍ଣ୍ଣ ବାହାରୁ କୌଣସି ବ୍ୟକ୍ତିବିଶେଷଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ପାରେ I 

ସେଇ ଦୃଷ୍ଟିରୁ ସୁରେଶ ପୂଜାରୀ ଓ ସିଏଜି ଗିରିଶ ମୁର୍ମୁଙ୍କ ନାଁ ଆଗରେ ରହିଛି I ଏପରିକି ଧାମନଗର ବିଧାୟକ ସୂର୍ଯ୍ୟବଂଶୀଙ୍କ ନାଁ ବି ଚର୍ଚ୍ଚା ଜୋର ଧରିଛି I 

ହେଲେ କିଏ ହେଉଛି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାହା ଦେଖିବାକୁ ବାକି ରହିଲା I

କିଏ ସେ ଗିରିଶ ମୁର୍ମୁ?

  • ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡରର ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଘର ମୟୁରଭଂଜ ଜିଲ୍ଲାରେ। ଜମ୍ମୁ କାଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଲଟିଥିବା ବେଳେ ଲଦାଖ ଅନ୍ୟ ଏକ କେନ୍ଦ୍ର ଶାସିତ ଅଂଚଳ ହୋଇଥିଲା। ଜମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ହୋଇଥିଲେ ମୁର୍ମୁ। ଏବେ ସିଏଜି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁ। ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଅଛନ୍ତି I

ସୁରେଶ ପୂଜାରୀ

ପଶ୍ଚିମ ଓଡ଼ିଶାର ସୁଦକ୍ଷ ନେତା ସୁରେଶ ପୂଜାରୀ ସାଂସଦ ଥିଲେ I ରାଜନୀତିରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି I ସେ ବି ରାଜ୍ୟ ବିଜେପିର ରାଜ୍ୟ ସଭାପତି ଥିଲେ I ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଅଛନ୍ତି I

Leave A Reply

Your email address will not be published.