ପଦୋନ୍ନତି ପାଇଲେ ଚାରି OAS

0
  • ଦୁଇ ଜଣ ଲେଭଲ-17 ସୁପରଟାଇମ ଆଡମିନିଷ୍ଟ୍ରେଟିଭ ଗ୍ରେଡ
  • ଅନ୍ୟ ଦୁଇଙ୍କୁ ଲେଭଲ-16 ସୁପରଟାଇମ୍ ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ


ଭୁବନେଶ୍ୱର,//TATKAL ODISHA//


  ଓଡ଼ିଶା ପ୍ରଶାସନିକ ସେବାର ୪ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି I ସେଇ ଅଧିକାରୀମାନେ ହେଉଛନ୍ତି..

  • କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ. ଭକ୍ତଚରଣ ପ୍ରଧାନ
  • ରାଜ୍ୟ ଜଙ୍ଗଲ ବିଭାଗ ଅତିରିକ୍ତ ସଚିବ ଦେବେନ କୁମାର ପ୍ରଧାନ
  • ସମ୍ବଲପୁର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ବଳ
  • ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଯୁଗ୍ମସଚିବ ତଥା ସମବାୟ ବିଭାଗର ଯୁଗ୍ମସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ନାରାୟଣ ଚନ୍ଦ୍ର ଧଳ। 

 ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଭକ୍ତ ଚରଣ ଓ ଦେବେନ ଓଆର୍‌ଏସ୍‌ ନିୟମ, ୨୦୧୭ ଅନୁଯାୟୀ ଏଣିକି ଲେବେଲ୍‌-୧୭ ଅନୁଯାୟୀ ବେତନ ପାଇବେ I ଅର୍ଥାତ ଉକ୍ତ  ଦୁଇ ଅଧିକାରୀ ସୁପର୍‌ଟାଇମ୍ ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍‌( ଏସ୍ଏଜି)ରୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି।


  ସେହିପରି ଦିଲ୍ଲୀପ କୁମାର  ବଳ ଓ ଶନାରାୟଣ କୁମାର ଧଳ  ଲେବେଲ୍‌-୧୬ ଅନୁଯାୟୀ ବେତନ ପାଇବେ। ଅର୍ଥାତ ଏଇ ଦୁଇ ଅଧିକାରୀ ସୁପରଟାଇମ୍‌ ସ୍କେଲ୍‌ରୁ ସୁପରଟାଇମ୍ ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍‌କୁ ପଦୋନ୍ନତି ପାଇଛନ୍ତି।

Leave A Reply

Your email address will not be published.