ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରଏସଏସ ମୁଖ୍ୟଙ୍କ ଓଡ଼ିଶା ଗସ୍ତ :ଚର୍ଚ୍ଚା ଜୋର

0
  • ଡ.ମୋହନ ଭାଗବତଙ୍କ ୫ ଦିନିଆ ଓଡିଶା ଗସ୍ତ : 24ରେ ଆସିବେ, 29ରେ ଫେରିବେ
  • ଭୁବନେଶ୍ୱର,//TATKAL ODISHA//


ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ I ବିଗୁଲ ବାଜି ନାହିଁ, ଅଥଚ ସବୁଦଳ ଟକ୍କରାଟକ୍କରୀ  ସ୍ଥିତିରେ ଅଛନ୍ତି I ବିଶେଷ କରି ତୃଣମୂଳ ସ୍ତରରେ ବିଜେଡି -ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ  ଅବସ୍ଥା ସୃଷ୍ଟି ହୋଇଛିI ଏହି ଭଳି ମୁହୂର୍ତ୍ତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୫ ଦିନିଆ ଓଡିଶା ଗସ୍ତ ରାଜନୀତିକୁ ଆହୁରି ରୋଚକ କରିଦେଇଛି I ତାଙ୍କୁ ନେଇ ଅନେକ ଚର୍ଚ୍ଚା ବି ଜୋର ଧରିଛି I
   ଡ.ମୋହନ ଭାଗବତ ଓଡ଼ିଶା ଗସ୍ତରେ ଆସି ଅଗଷ୍ଟ ୨୪ ରାତିରେ ଭୁବନେଶ୍ୱରରେ ପହଁଚିବେ । ସେ ପାଂଚ ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୨୯ରେ  ଓଡିଶାରୁ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି I ଡ. ଭାଗବତ ତାଙ୍କ ପ୍ରବାସ ସମୟରେ ଓଡିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିବେ । ଅଗଷ୍ଟ ୨୬ରେ ପୁରୀ ଯାଇ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ । ଏହା ପରେ ସଂଘର ବିଭିନ୍ନ ବୈଠକରେ ଯୋଗଦେବେ । ଏହି ବୈବଠକରେ ସାଧାରଣତଃ ସାଂଗଠନିକ ବିଷୟ ଉପରେ ଧ୍ୟାନ ଦିଆଯିବ ।
    କରୋନା ସଂକମ୍ରଣରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱୟଂସେବକମାନଙ୍କ ଦ୍ୱାରା କରାଯାଇଥôବ । ରାଜ୍ୟବ୍ୟାପୀ ସେବା କାର୍ଯ୍ୟର ସମୀକ୍ଷା କରାଯିବ । ତଥା ସମ୍ଭାବ୍ୟ ତୃତୀୟ ଲହର ପ୍ରଭାବକୁ ଆକଳନ କରିବା ସହିତ, ଏଥିପାଇଁ ଆବଶ୍ୟକ କାର୍ଯ୍ୟ ଯୋଜନା ଉପରେ ବିଚାର କରାଯିବ । ଏହି ପରିପ୍ରେକ୍ଷୀରେ ଆବଶ୍ୟକ ପ୍ରଶିକ୍ଷଣ (ତାଲିମ) ଏବଂ ପ୍ରସ୍ତୁତି ଉପରେ ମଧ୍ୟ ବିଚାର କରାଯିବ ।
କୋଭିଡ-୧୯ ନିୟମ ପାଳନ ପୂର୍ବକ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କରୋନା କାରଣରୁ କୌଣସି ସାଧାରଣ ସଭା ଅନୁଷ୍ଠିତ ହେବ ନାହିଁ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.