ପଞ୍ଚାୟତ ନିର୍ବାଚନ: ଦୁଇ ଦିନରେ ବଦଳିଲେ ୪୦ ଓଏଏସ୍‌

0
  • ଶୁକ୍ରବାର 18, ଶନିବାର 22
  • ଦେଖନ୍ତୁ ତାଲିକା

ଭୁବନେଶ୍ୱର,//TATKAL ODHISHA //


: ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ୨୨ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀ(ଓଏଏସ୍‌)ଙ୍କର ଅଦଳବଦଳ ହୋଇଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି ।


 ଶୁକ୍ରବାର ସେମିତି ପଞ୍ଚାୟତିରାଜ ବିଭାଗ ୭ ଜଣ କନିଷ୍ଠ ଓ ବରିଷ୍ଠ ବର୍ଗ ଓଡ଼ିଶା ପ୍ରଶାସନିକ ଅଧିକାରୀ(ଓଏଏସ୍‌) ଏବଂ ଓଡ଼ିଶା ରାଜସ୍ୱ ସେବା(ଓଆର୍‌ଏସ୍‌)ର ୧୧ ଅଧିକାରୀଙ୍କୁ ଅଦଳବଦଳ କରିଥିଲା ।


 ଦୁଇ ଦିନରେ ମୋଟ୍ ୪୦ ଅଧିକାରୀଙ୍କର ବଦଳି ହୋଇଛି ।

ଶନିବାର ରାଜସ୍ୱ ବିଭାଗ ବଦଳି କରିଥିବା ୨୨ ଅଧିକାରୀମାନେ ହେଉଛନ୍ତି ଶୋଫି ସୈନିକା, ରବିନ୍ଦ୍ର କୁମାର ପଟେଲ, ସଂଘମିତ୍ରା କାଲୋ, ସୁରେନ୍ଦ୍ର ମେହେର, ଶଙ୍କର୍ଷଣ ବେହେରା, ପ୍ରଣବ କୁମାର ବେହେରା, ଦିପ୍ତିମୟୀ ବେହେରା, ଅଭିପ୍ସା ମହାନ୍ତି, ଶ୍ୟାମ ସୁନ୍ଦର ସାହୁ, ଅଶୋକ କୁମାର ମାଝୀ, ନିବେଦିତା ପରିଡ଼ା, ସୁଚରିତା ମୁଗୁରି, ଦିବ୍ୟ ମହାନ୍ତି, ସୁଶ୍ରୀ ସୁପ୍ରିୟା, ଅନନ୍ୟା ତ୍ରିପାଠୀ, ଜୟନ୍ତ କୁମାର ଜୟସିଂହ, ସୁନିତା ଜେନା, ପଦ୍ମ ଚରଣ ସାହୁ, ସ୍ନିଗ୍ଧାରାଣୀ ପ୍ରଧାନ, ଦାଶରଥୀ ସରାବୋ ଓ ଜୁଗଳ କିଶୋର ମିଶ୍ର । ଏମାନେ ଯଥାଶୀଘ୍ର ବଦଳି ହୋଇଥିବା ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି ।

ଏକାଥରେ 22 OAS ବଦଳି

Leave A Reply

Your email address will not be published.