ପଞ୍ଚଲିଙ୍ଗେଶ୍ୱର ପୀଠ: ଅହିରାଜ-ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇ
- ମଜା ନେଲେ ପର୍ଯ୍ୟଟକ
- ଅହିରାଜ ହାରିଲା, ନେଉଳ ବାଜି ମାରିଲା
- *ନୀଳଗିରି, (ଗଦାଧର ଦାସ):
- ପ୍ରଥମେ ମହାବଳ ବାଘର ଆବିର୍ଭାବ I ପରେ ହାତୀଙ୍କ ଜନବସତିରେ ପ୍ରବେଶ ଓ ଏବେ ବିରଳ ଅହିରାଜ ସାପ ଓ ନେଉଳ ଲଢେଇ I ବେଶ କେଇଦିନ ଧରି ବାବା ପଞ୍ଚଲିଙ୍ଗେଶ୍ୱର ପୀଠ ଚର୍ଚ୍ଚାରେ ରହିଛି I
- ଶନିବାର ସକାଳ ପ୍ରାୟ ସାଢେ ୮ଟା । ପଞ୍ଚଲିଙ୍ଗେଶ୍ୱର ସ୍ବର୍ଣଚୁଡ଼ ପାହାଡ଼ ତଳେ ଥିବା ମାର୍କେଟ କମ୍ପେକ୍ସ ପାଖରେ ୧୪ ଫୁଟ୍ ଲମ୍ବର ଏକ ବିରାଟକାୟ ଅହିରାଜ ସାପ ଓ ନେଉଳ ମଧ୍ୟରେ ଚାଲିଥିଲା ଘମାଘୋଡ ଲଢ଼େର । ଅହିରାଜର ଗର୍ଜନ ଓ ନେଉଳର ଶବ୍ଦରେ ଲୋକେ ବି ଭୟଭୀତ ହୋଇ ଯାଇଥିଲେ। ତେବେ ସାପଠାରୁ ନେଉଳ ଢେର ଛୋଟ ଥିଲେ ହେଁ ନେଉଳଟି ଶହସର ସହ ଲଢେଇ କରି ଅହିରାଜକୁ ଘାଇଲା କରି ଦେଇଥିଲା। ଜୀବନବିକଳରେ ଗଛ ଉପରକୁ ଅହିରାଜ ଚଢ଼ିଯିବାକୁ ଉଦ୍ୟମ କରିବା ସମୟରେ ନେଉଳଟି ସାପର ଲାଞକୁ କାମୁଡ଼ି ବାରମ୍ବାର ତଳକୁ ପକାଇ ଦେଉଥିଲା । ଏମିତି ଅଧଘଣ୍ଟା ଲଢେଇ ପରେ ଅବଶ ହୋଇ ଯାଇଥିଲା ଅହିରାଜ I ବାଜି ମାରି ନେଇଥିଲା ନେଉଳ I
ପଞ୍ଚଲିଙ୍ଗେଶ୍ୱର ପୀଠ ଦର୍ଶନରେ ଯାଇଥିବା ପର୍ଯ୍ୟଟକ ଦେଖିବାକୁ ପାଇଥିଲେ ଏହି ସାପ-ନେତ୍ତଳ ମଧ୍ୟରେ ଘମାଘୋଟ କଢ଼େଇର ବିରଳ ଦୃଶ୍ୟ।
ତେବେ ସେଠାରେ ଉପସ୍ଥିତ ଥିବା ଜଣେ ଟୁରିଷ୍ଟ ଗାଇଡ୍ ଅହିରାକକୁ ଉଦ୍ଧାର କରି କୁଲଡିହା ଅଭୟାରଣ୍ୟ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ। ନୀଳଗିରି ପ୍ରାଣୀ ଚିକିତ୍ସାଳୟରେ ଘାଇଲୀ ୧୪ ଫୁଟ୍ ଲମ୍ବର ବିରାଟକାୟ ଅହିରାଜର ଚିକିତ୍ସା ହୋଇଥିଲା I ଭଲ ହେଲା ପରେ ଜଙ୍ଗଲରେ ତାକୁ ଛାଡି ଦିଆ ଯାଇଛି I
ଦେଖନ୍ତୁ TATKAL ODISHAର ପୂର୍ବ ରିପୋର୍ଟ…
ନୀଳଗିରି କୁଳଡିହା ଅଭୟାରଣ୍ୟରେ ମହାବଳ ବାଘ : ଆତଙ୍କ