ପଞ୍ଚମ ଦିନ ଗୃହ ଅଚଳ : ପ୍ରତିବାଦ କଲେ ତିନି ଦଳ

0

  • କଂଗ୍ରେସର ସର୍ବଦଳୀୟ ବୈଠକ ଦାବୀ
  • ବିଜେପିର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପ୍ରତିବାଦ ରାଲି
  • ଭୁବନେଶ୍ୱର//TATKAL ODISHA//

ପଞ୍ଚମ ଦିନ ବି ଗୃହ ଅଚଳ I ବିଜେପି, କଂଗ୍ରେସ ଓ ବିଜେଡି ସଭ୍ୟମାନେ ଭିନ୍ନ ଢଙ୍ଗରେ ପ୍ରତିବାଦ କରିବାରୁ ଚାଲି ପାରିଲା ନାହିଁ ପ୍ରଥମାର୍ଦ୍ଧ ବୈଠକ I ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ 10ଟା 31ରୁ ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି  I ବିଧାନସଭା ଅଚଳାବସ୍ଥାକୁ ନେଇ କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସର୍ବଦଳୀୟ ବୈଠକ କରିବାକୁ ଦାବୀ କରିଛନ୍ତି I 

  ସୋମବାର ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି ।ମମିତା ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ହଟଗୋଳ ସହ  ନାରାବାଜି ଦେଇଥିବା ବେଳେ ଶାସକ ବିଜେଡି ସଭ୍ୟମାନେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି କେନ୍ଦ୍ରୀୟ ଅବହେଳା ପ୍ରତିବାଦ କରିଥିଲେ I 

 ଗୃହର ମଧ୍ୟ ଭାଗରେ ବିଜେପି ସଦସ୍ୟ ପ୍ଲାକାର୍ଡ ଧରି ନାରାବାଜୀ କରିଥିବା ବେଳେ କଂଗ୍ରେସ ବିଧାୟକ ବିଚସ୍ପତିଙ୍କ ପୋଡିୟମକୁ ଘେରିଥିଲେ। ବାଚସ୍ପତି ଗୃହକୁ ମୁଲତବୀ କରିବା ପରେ ପାଇକ ବିଦ୍ରୋହକୁ ସ୍ୱାଧିନତା ସଂଗ୍ରାମର ମାନ୍ୟତା ମିଳନଥିବା ନେଇ  କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଶାସକ ଦଳର ସଦସ୍ୟମାନେ। ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ I

ପରେ ବିଜେପିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ପ୍ରତିବାଦ ରାଲି କରିଥିଲେ I

Leave A Reply

Your email address will not be published.