ପଞ୍ଚମ ଥର ପାଇଁ ଭର୍ତ୍ତୃହରି ମହତାବଙ୍କୁ ‘ସଂସଦ ରତ୍ନ’: ଏକ ରେକର୍ଡ

0

  • ଶୁଭେଚ୍ଛା, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, କଟକ//TATKAL ODISHA//

ସାଂସଦ ଭର୍ତ୍ତୃହରି ମହତାବ ପାଇବେ ସମ୍ମାନଜନକ ସଂସଦ ରତ୍ନ। ବର୍ତ୍ତମାନସୁଦ୍ଧା ସେ ଏହାକୁ ମିଶାଇ ପାଞ୍ଚଥର ସଂସଦ ରତ୍ନ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାହା ଏକ ରେକର୍ଡ଼।

ଭର୍ତ୍ତୃହରିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ଲୋକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି ଯେ, ଏହି ସମ୍ମାନ ଆପଣଙ୍କ ଅବିଶ୍ରାନ୍ତ ସଂସଦୀୟ ସେବା, ଜନସେବା ତଥା ରାଜ୍ୟ ଓ ଦେଶ ପାଇଁ ଅବଦାନର ସାର୍ଥକ ସ୍ୱୀକୃତି। ଆପଣଙ୍କ ଅତୁଳନୀୟ କାର୍ଯ୍ୟଦକ୍ଷତା, ନିଷ୍ଠାପର ପ୍ରୟାସ ଓ ରାଜ୍ୟ ପାଇଁ ଅବଦାନ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ। ଓଡ଼ିଆ ଭାବେ ରାଷ୍ଟ୍ରୀୟ ସ୍ତରରେ ଆପଣ ଆମ ସମସ୍ତଙ୍କୁ ଗର୍ବିତ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ କଟକ ଚଣ୍ଡୀ ଜନସେବା ନିମନ୍ତେ ଆପଣଙ୍କୁ ଆହୁରି ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ ।


 ୮ ସେପ୍ଟମ୍ବର ୧୯୫୭ରେ ଜନ୍ମ ଗ୍ରହଣ କରିଥିବା ଭର୍ତ୍ତୃହରି ମହତାବ ଜଣେ ସଫଳ ରାଜନୀତିଜ୍ଞ। ସେ ୧୯୯୮ ଭାରତୀୟ ସାଧାରଣ ନିର୍ବାଚନରେ ସେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ପରେ ଅର୍ଥାତ ୧୯୯୯, ୨୦୦୪, ୨୦୦୯, ୨୦୧୪,୨୦୧୯ ଓ ୨୦୨୪ରେ ସାଧାରଣ ନିର୍ବାଚନରେ ସେହି କଟକରୁ କ୍ରମାଗତଃ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।୨୦୧୭ରେ ତାଙ୍କୁ ଭାରତର ‘ସଂସଦ ରତ୍ନ’ ଭାବେ ପୁରସ୍କୃତ କରାଯାଇଥିଲା। ଏହା ପରେ ସେ ୨୦୧୮,୨୦୧୯ ଓ ୨୦୨୦ରେ ସଂସଦ ରତ୍ନ ପୁରସ୍କାର ପାଇ ଓଡ଼ିଶାର ନାଁକୁ ସୂର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଥିଲେ। ଶ୍ରୀ ମହତାବ ଅର୍ଥ କମିଟିରେ ଅଧ୍ୟକ୍ଷ ରହି ଯେଉଁ ପରାମର୍ଶ ଦେଇଥିଲେ, ସେଥିପାଇଁ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

Leave A Reply

Your email address will not be published.